ଭୁବନେଶ୍ୱର : ବାତ୍ୟା ‘ଫନି’ ପ୍ରଭାବରେ ବାତିଲ ହୋଇଥିବା ରମାଦେବୀ ବିଶ୍ୱବିଦ୍ୟାଳୟର ସେମିଷ୍ଟାର ପରୀକ୍ଷା ମେ’ ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ।
ବାତିଲ ତଥା ସ୍ଥଗିତ ଥିବା ପରୀକ୍ଷାଗୁଡିକୁ ପୁନଃପରିଚାଳିତ କରିବା ଲାଗି ବିଶ୍ୱବିଦ୍ୟାଳୟ ପକ୍ଷରୁ ସଂଶୋଧିତ ପରୀକ୍ଷା ସୂଚୀ ପ୍ରକାଶ କରାଯାଇଛି ।
ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ସ୍ନାତକ (ୟୁଜି) ୪ର୍ଥ ସେମିଷ୍ଟାର ପରୀକ୍ଷା ମେ’ ୧୫ ତାରିଖରୁ ଆରମ୍ଭ ହେବ । ଆହୁରି ମଧ୍ୟ ବିଏଡ୍ ଏବଂ ୟୁଜି ୨ୟ ସେମିଷ୍ଟାର ପରୀକ୍ଷା ମେ’ ୧୬ରୁ ଆରମ୍ଭ ହେବାକୁ ଥିବାବେଳେ ସ୍ନାତକୋତ୍ତର (ପିଜି) ୨ୟ ସେମିଷ୍ଟାର ପରୀକ୍ଷା ମେ’ ୧୭ ତାରିଖରୁ ଆରମ୍ଭ ହେବ ।
Comments are closed.