Latest Odisha News

ବହୁ ପ୍ରତୀକ୍ଷିତ ମହାନଦୀ ଟିବ୍ୟୁନାଲ୍ ଶୁଣାଣି ଆଜି

ନୂଆଦିଲ୍ଲୀ: ମହାନୀଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଶନିବାର ଦିନ ତାଙ୍କର ଚୂଡ଼ାନ୍ତ ଶୁଣାଣି କରିବେ । ମହାନଦୀ ଜଳ ବଣ୍ଟନକୁ ନେଇ ଛତିଗଡ଼ ଓ ଓଡ଼ିଶା ରାଜ୍ୟ ମଧ୍ୟରେ ପୂର୍ବରୁ ଆଲୋଚନା ଫଳପ୍ରଦ ହୋଇପାରିନଥିବା ବେଳେ ଏହା ଏବେ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି ।

ଏସମ୍ପର୍କରେ ଟ୍ରୁିବ୍ୟୁନାଲ ଫେବୃଆରୀ ୯ ତାରିଖ ଦିନ ଉଭୟ ଛତିଗଡ଼ ଓ ଓଡ଼ିଶା ସରକାରଙ୍କୁ ଜଳ ବଣ୍ଟନ ନେଇ ତଥ୍ୟ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଓଡ଼ିଶା ସରକାରଙ୍କ ଅନ୍ତରୀଣ ଆବେଦନକୁ ଭିତ୍ତିକରି ଶୁଣାଣିରେ ଉଭୟ ସରକାରଙ୍କୁ ନିଜ ନିଜ ରାଜ୍ୟରେ ମହାନଦୀ ଜଳ ସମ୍ପର୍କରେ ବିଭିନ୍ନ ବିଶ୍ଳେଷଣର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ଏ ଏମ ଖାନୱିଲକର, ନ୍ୟାୟମୂର୍ତ୍ତି ରବି ରଞ୍ଜନ ଏବଂ ନ୍ୟାୟମୂର୍ତ୍ତି ଇନ୍ଦରମିତ କୌର ରହିଛନ୍ତି ।

ଏହି ଟ୍ରିବ୍ୟୁନାଲ ପୂର୍ବରୁ ସ୍ପଷ୍ଟ କରି କହିଛନ୍ତି ଯେ, ଏହି ଦୁଇରାଜ୍ୟ ସୌହାର୍ଦ୍ଦପୂର୍ଣ୍ଣ ରୂପେ ସମାଧାନର ସୂତ୍ର ପାଇନାହାନ୍ତି । ତେଣୁ ମାର୍ଚ୍ଚ ୯ ତାରିଖରେ ହେବାକୁ ଥିବା ଟ୍ରିବ୍ୟୁନାଲରେ ଚୂଡ଼ାନ୍ତ ଶୁଣାଣି ଶୁଣାଇବେ ।

Leave A Reply

Your email address will not be published.