Latest Odisha News

BREAKING NEWS

ଜୟପୁରରେ ଅବସରପ୍ରାପ୍ତ ପୋଲିସ ଅଫିସର ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ନିକଟସ୍ଥ ଜୟଗଙ୍ଗା ନଗର ଅଞ୍ଚଳର ଏକ ଘର ମଧ୍ୟରୁ ଜଣେ ଅବସରପ୍ରାପ୍ତ ପୋଲିସ ଅଫିସର ଓ ତାଙ୍କ ପତ୍ନୀଙ୍କ ମୃତଦେହକୁ ଶନିବାର ଦିନ ପୋଲିସ ଜବତ କରିଛି ।

ମୃତକମାନେ ଅବସରପ୍ରାପ୍ତ ପୋଲିସ ଅଫିସର ଶେଖ ରେହମାନ ଓ ତାଙ୍କ ପତ୍ନୀ ବୋଲି ଜଣାପଡିଛି ।

ଉକ୍ତ ଦମ୍ପତିଙ୍କୁ କେହି ହତ୍ୟା କରିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

ତେବେ ସ୍ଥାନୀୟ ବାସିନ୍ଦାଙ୍କ ସୂଚନାନୁଯାୟୀ ମୃତ ଦମ୍ପତିଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ ରହିଛନ୍ତି । ଝିଅ ବାହାଘର ପରେ ସ୍ୱାମୀଙ୍କ ଘରେ ରହୁଥିବା ବେଳେ ପୁଅ ଜଣକ ମା’ ଓ ବାପାଙ୍କ ଠାରୁ ଦୂରରେ ରହୁଥିଲେ ବୋଲି ଜଣାପଡିଛି ।

Leave A Reply

Your email address will not be published.