Latest Odisha News

BREAKING NEWS

ବାତ୍ୟା ପାଇଁ ଆସନ୍ତାକାଲି ଗଞ୍ଜାମ ଜିଲ୍ଲାରେ ସବୁ ସ୍କୁଲ୍ ଛୁଟି

ବ୍ରହ୍ମପୁର : ମାଡି ଆସୁଛି ବାତ୍ୟା ‘ଜୱାଦ’ । ରବିବାର ପୁରୀ ଜିଲ୍ଲା ଉପକୂଳ ଦେଇ ଅତିକ୍ରମ କରିବ ବାତ୍ୟା ଜଓ୍ବାଦ । ଏହାର ପ୍ରଭାବରେ ଆଜିଠାରୁ ଆରମ୍ଭ ହୋଇଛି ବର୍ଷା । ତେଣୁ ବାତ୍ୟାକୁ ନଜରରେ ରଖି ପ୍ରାଶାସନିକ ସ୍ଥରରେ ଆରମ୍ଭ ହୋଇଛି ପ୍ରସ୍ତୁତି । ସରକାର ସବୁ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ଆଗୁଆ ପଦକ୍ଷେପ । ବାତ୍ୟାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଗଞ୍ଜାମରେ ସବୁ ସ୍କୁଲ୍‌କୁ ଛୁଟି ଘୋଷଣା କରାଯାଇଛି ।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ, ଡିଇଓ ସ୍କୁଲ୍ ଛୁଟି ଘୋଷଣା କରିଛନ୍ତି । କିନ୍ତୁ ଶିକ୍ଷକ ଓ ଅନ୍ୟ କର୍ମଚାରୀ ସ୍କୁଲ୍ ଆସିବେ ବୋଲି କୁହାଯାଇଛି । ଉତ୍ତରକେନ୍ଦ୍ରୀୟ ବଙ୍ଗୋପସାଗରରୁ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା ‘ଜୱାଦ’। ଏହା କ୍ରମଶଃ ଉପକୂଳ ମୁହାଁ ହେଉଛି । ଏଥିପାଇଁ ଆଗୁଆ ନିଆଯାଇଛି ସତର୍କତାମୂଳକ ପଦକ୍ଷେପ । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲି ଯିବାକୁ କୁହାଯାଇଛି । ଏହାସହ ଖାଲୁଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ମଧ୍ୟ ସ୍ଥାନ ଛାଡିବାକୁ କୁହାଯାଇଛି । ଆସନ୍ତାକାଲି ଠାରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯିବ ।

Leave A Reply

Your email address will not be published.