Latest Odisha News

BREAKING NEWS

୪୮ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଟିକେ ବିଶ୍ରାମ

ଭୁବନେଶ୍ୱର: ଲଗାତର ୪୮ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ । ସେମାନେ ଭୁଲି ଯାଇଥିଲେ ଭୋକ ଶୋଷ । କାରଣ ବାହାନାଗାର ଟ୍ରେନ ଦୁର୍ଘଟଣାସ୍ଥଳୀରେ ଆଖି ସାମ୍ନାରେ ଲୋକଙ୍କର ବିକଳ ଚିତ୍କାର ଓ ଜୀବନ ବଞ୍ଚାଇବା ପାଇଁ ଉଦ୍ୟମ ଭିତରେ ସେମାନେ ଭୁଲିଯାଇଥିଲେ ସବୁ କିଛି । ବାସ୍ ଲକ୍ଷ୍ୟ ଗୋଟେ ଥିଲା ଯେ, ପ୍ରତିଟି ଜୀବନ ମୂଲ୍ୟବାନ । ଏ ହେଉଛି ବାହାନାଗା ରେଳ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ଏନଡ଼ିଆରଏଫ ଓ ଓଡ଼୍ରାଫ ଟିମ୍‌ର ପ୍ରତିଟି ସଦସ୍ୟଙ୍କ କାହାଣୀ । ଶହ ଶହ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପରେ ଦୁଇଦିନ ପରେ ସେମାନେ ଟିକେ ବିଶ୍ରାମ ନେଇଛନ୍ତି ।

ଶୁକ୍ରବାର ସନ୍ଧ୍ୟାରେ ଯେତେବେଳେ ଏହି ଛାତିଥରା ଦୁର୍ଘଟଣା ଘଟିଲା ସେତେବେଳେ କାହାରି ନିର୍ଦ୍ଦେଶକୁ ଅପେକ୍ଷା ନ କରି ସେମାନେ ପ୍ରସ୍ତୁତ ହେଉଥିଲେ ପ୍ରଭାବିତ ଲୋକଙ୍କ ପାଖରେ ପହଞ୍ôଚବାକୁ । ଆଉ ଯେତେବେଳେ ଆନୁଷ୍ଠାନିକ ଭାବେ ସେମାନଙ୍କୁ ଘଟଣାସ୍ଥଳୀକୁ ଯିବା ପାଇଁ ନିର୍ଦ୍ଦେଶ ମିଳିଲା , ସେତେବେଳେ ସେମାନେ ତତ୍‌କ୍ଷଣାତ୍ ବାହାରି ପଡ଼ିଲେ ଦୁର୍ଘଟଣାସ୍ଥଳୀକୁା ଏନଡ଼ିଆରଏଫ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଲୋକଙ୍କ ସେବା କରିବା ପାଇଁ ଆମେ ସବୁବେଳେ ପ୍ରସ୍ତୁତ । ସେଥିପାଇଁ ଘର ଓ ପରିବାରକୁ ଆମେ ପଛ କରିପାରୁ । ଏହିଘଟଣା ପରେ ବାଲେଶ୍ୱରରେ ଥିବା ଏନଡ଼ିଆରଏଫର ଛୋଟ ୟୁନିଟ୍‌କୁ ତୁରନ୍ତ ଘଟଣାସ୍ଥଳୀକୁ ପଠାଯାଇଥିଲା । ଆଉ ପରେ ପରେ ସେମାନଙ୍କ ସହିତ ଯୋଗ ଦେଇଥିଲେ ଅନ୍ୟ ସଦସ୍ୟମାନେ ।

Leave A Reply

Your email address will not be published.