Latest Odisha News

BREAKING NEWS

ଇତିହାସ ରଚିଲେ ଏୟାର ଇଣ୍ଡିଆର ମହିଳା ପାଇଲଟ୍: ନର୍ଥ ପୋଲ ଦେଇ ସାନ ଫ୍ରାନ୍ସିସ୍କୋରୁ ପହଞ୍ଚିଲେ ଭାରତ

ବେଙ୍ଗାଲୁରୁ: ଏୟାର ଇଣ୍ଡିଆର ମହିଳା ପାଇଲଟ ଟିମ୍ ଇତିହାସ ରଚିଛନ୍ତି । ବିଶ୍ୱର ଦୀର୍ଘତମ ଆକାଶ ପଥ ନର୍ଥ ପୋଲରେ ବିମାନ ଉଡ଼ାଣ କରି କିର୍ତ୍ତୀମାନ ରଚିଛନ୍ତି । ମହିଳା ପାଇଲଟ୍ ଟିମ୍ ଆମେରିକାର ସାନ ଫ୍ରାନ୍ସିସ୍କୋରୁ ୧୬ହଜାର କିଲୋମିଟର ଅତିକ୍ରମ କରି ବାଙ୍ଗାଲୋରରେ ପହଞ୍ଚିଛନ୍ତି । ୧୭ ଘଣ୍ଟାରୁ ଅଧିକ ଲମ୍ବା ବିମାନ ଯାତ୍ରା ଥିଲା । ମହିଳା କ୍ୟାପଟେନ୍‌ ଟିମ୍‌ର ଏହି ଐତିହାସିକ ଯାତ୍ରା ସମ୍ପର୍କରେ ଏୟାର ଇଣ୍ଡିଆ ପକ୍ଷରୁ ଟୁଇଟ କରାଯାଇଛି । ଓ୍ୱେଲକମ୍ ହୋମ୍, ମହିଳା ପାଇଲଟ୍‌ ଟିମ୍‌ ଏୟାର ଇଣ୍ଡିଆକୁ ଗର୍ବିତ କରିଛନ୍ତି ବୋଲି ଲେଖି ସେମାନଙ୍କୁ ଶୁଭେଚ୍ଛା ଜଣାଇଛି ଏୟାର ଇଣ୍ଡିଆ ।

ଏହି ଟିମକୁ ଲିଡ କରିଥିଲେ କୋ-ପାଇଲଟ କ୍ୟାପଟେନ ଜୋୟା ଅଗ୍ରୱାଲ । ତାଙ୍କ ସହ ଥିଲେ କ୍ୟାପଟେନ୍ ପାପାଗାରୀ ଥାଇମନ, କ୍ୟାପଟେନ୍ ଆକାଂକ୍ଷା ଓ କ୍ୟାପଟେନ୍ ଶିବାନୀ । ୨୦୧୩ ରେ ଏକ ବୋଇଙ୍ଗ -୭୭୭ ଉଡାଇଥିଲେ କ୍ୟାପଟେନ୍ ଜୋୟା । ସେତେବେଳେ ସେ ବିମାନ ଉଡ଼ାଇବାରେ ସର୍ବକନିଷ୍ଠ ମହିଳା ପାଇଲଟ୍ ଥିଲେ । ଏହାପରେ ତାଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଥିଲା ।

AI176ବିମାନରେ ଥିବା ସମସ୍ତ ଯାତ୍ରୀ, ଯେଉମାନେ ଏହି ଐତିହାସିକ ଯାତ୍ରାର ଅଂଶବିଶେଷ ପାଲଟିଛନ୍ତି ସେମାନଙ୍କୁ ଏୟାର ଇଣ୍ଡିଆ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ମଧ୍ୟ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି, ଆମ ଦେଶର ନାରୀ ଶକ୍ତି ଐତିହାସିକ ସଫଳତା ସାଉଟିଛି ।

Leave A Reply

Your email address will not be published.