Latest Odisha News

BREAKING NEWS

ଜେଲରୁ ପୁଣି ଭାଇରାଲ ହେଲା ସତ୍ୟେନ୍ଦ୍ର ଜୈନଙ୍କ ଭିଡିଓ

ନୂଆଦିଲ୍ଲୀ: ପୁଣି ଅଡୁଆାରେ ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ   । ତିହାର  ଜେଲ ଭିତରେ ଆପ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କର ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ ହେବା ପରେ ଅଡୁଆ ବଢିବାରେ ଲାଗିଛି । ଏବେ ପୁଣି ଏକ ଭିଡିଓ ଭାଇରାଲ ହୋଇଛି । ସେପ୍ଟମ୍ବର ୧୨ ତାରିଖ ରାତି ପ୍ରାୟ ୮ଟା ସମୟର ଏହି ଭିଡିଓ  । ଏହି ଭିଡିଓରେ ଦେଖିବାକୁ ମିଳିଛି, ଜେଲରେ ସତ୍ୟେନ୍ଦ୍ର କେତେ ଜଣ ଅତିଥିଙ୍କ ସତ୍କାର କରିବା  ସହ ଆଲୋଚନା କରୁଛନ୍ତି  । ଜୈନଙ୍କ ସହ ୩ ଜଣ କଏଦୀ ମଧ୍ୟ  ଅଛନ୍ତି ।

ଏହି ସମୟରେ ଜେଲ ନଂ ୭ର ସୁପରିଣ୍ଟେଣ୍ଡଣ୍ଟ ଅଜିତ କୁମାର  ଆସୁଛନ୍ତି  ଏବଂ ସେଠାରେ ଥିବା ୩ ଜଣ କଏଦୀଙ୍କୁ କୋଠରୀରୁ ବାହାର କରି ଦେଉଛନ୍ତି । ଏଠି କହିରଖିବୁ, ସତ୍ୟେନ୍ଦ୍ରଙ୍କୁ ଜେଲରେ ଭିଆଇପି ଟ୍ରିଟ ଦେବା ଅଭିଯୋଗରେ ଅଜିତଙ୍କୁ ପୂର୍ବରୁ ପଦବୀରୁ ନିଲମ୍ବିତ କରାଯାଇଥିଲା ।

 

ଆପଣଙ୍କର ମନେ ଥିବ, ପ୍ରଥମେ ସତ୍ୟେନ୍ଦ୍ର ଜୈନଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ  ତିହାର ଜେଲରେ ସମସ୍ତ ସୁଖ ସୁବିଧା ସହ ମସାଜର ମଜା ନେଉଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ଆପ  ନିଜ ମନ୍ତ୍ରୀଙ୍କୁ ବଂଚାଇବା ପାଇଁ ସତ୍ୟେନ୍ଦ୍ର ଅସୁସ୍ଥ ଅଛନ୍ତି ଏବଂ ଡାକ୍ତରଙ୍କ ପରାମର୍ଶ କ୍ରମେ ଫିଜିଓଥେରାପୀ ଜରୁରୀ ଥିଲା କହିଥିଲେ । ହେଲେ ପରେ ଜଣାପଡ଼ିଥିଲା ଫିଜିଓ ଥେରାପିଷ୍ଟ କରୁଥିବା ବ୍ୟକ୍ତ ଜଣେ କଏଦୀ । ଏହାକୁ ନେଇ ବିବାଦ ଚାଲିଥିବାବେଳେ ସତ୍ୟେନ୍ଦୁ ଅଭିଯୋଗ ଆଣିଥିଲେ ଯେ ତାଙ୍କୁ ଜେଲରେ ଠିକରେ ଖାଇବାକୁ ଦିଆଯାଉ ନାହିଁ । ଅଭିଯୋଗର କିଛି ଦିନ ପରେ  ଆଉ ଏକ ଭିଡିଓ ସାମ୍ନାକୁ ଆସିଥିଲା  ଯେଉଁଥିରେ ଆପ ମନ୍ତ୍ରୀ ମ ବସିଛନ୍ତି ଚୌକିରେ  । ଖଟ ଉପରେ ରହିଛି ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ । ପ୍ଲାଷ୍ଟିକ କଣ୍ଟେନରରେ ଫଳମୂଳ ଓ ସାଲାଡ୍ ସାଙ୍ଗକୁ ଆହୁରି କେତେ କଣ ।

ଏବେ ଏହି ଭିଡିଓଟି ଭାଇରାଲ ହେବା ପରେ ସତ୍ୟେନ୍ଦୁଙ୍କ ଅଡୁଆ ଆହୁରି ବଢିଯାଇଛି ।

Leave A Reply

Your email address will not be published.