Latest Odisha News

BREAKING NEWS

କୋଲ୍ଡ ଡ୍ରିଙ୍କ୍ସ ବୋତଲରେ ଭାସୁଛି ପୋକ, କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି

ଯାଜପୁର : କୋଲଡ଼ ଡ୍ରିଂକ୍ସ ପିଉଛନ୍ତି କି ତେବେ ହୋଇଯାଆନ୍ତୁ ସାବଧାନ ! କୋଲଡ଼ ଡ୍ରିଂକ୍ସ ବୋତଲରୁ ବାହାରୁଛି ପୋକ । ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ଗ୍ରାହକ ।

ଖରାଦିନେ କୋଲ୍ଡ ଡ୍ରିଙ୍କସ ପିଇବାକୁ ସମସ୍ତେ ପସନ୍ଦ କରିଥାଆନ୍ତି । ବିଶେଷ କରି ନାମୀ ଦାମୀ କମ୍ପାନୀର କୋଲ୍ଡ ଡ୍ରିଙ୍କସ୍‌ ଅତ୍ୟଧିକ ମାତ୍ରାରେ ବଜାରରେ ବିକ୍ରି ମଧ୍ୟ ହୋଇଥାଏ । ଯାହାକୁ ପିଇବାକୁ ଲୋକଙ୍କ ଆଗ୍ରହ ବଢ଼ିଥାଏ । ହେଲେ ଏହି ନାମୀ ଦାମୀ କୋଲଡ୍ରିଙ୍କ୍ସ ବୋତଲରୁ ବାହାରୁଛି ପୋକ । ଯାହା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ । ତେବେ ଏଭଳି ଘଟଣା ଯାଜପୁର ଟାଉନ ସ୍ଥିତ ବିରଜା ମନ୍ଦିର ନିକଟରେ ଦେଖିବାକୁ ମିଳଛି ।

ସୂଚନା ଅନୁଯାୟୀ, ଜଣେ ଗ୍ରାହକ ପାନ ଦୋକାନରୁ କୋଲଡ଼ ଡ୍ରିଂକ୍ସ ମାଗିଥିଲେ । କୋଲ୍ହ ଡ୍ରିଙ୍କସ ବୋତଲ ଖୋଲିବା ପୂର୍ବରୁ ବୋତଲ ଭିତରେ ଏକ ବଡ଼ ପୋକ ଭାସୁଥିବା ଦେଖିବାକୁ ପାଇଥିଲେ । ସବୁଠାରୁ ବଡ଼ କଥା ହେଉଛି ଏହି କୋଲ୍ଡ ଡ୍ରିଙ୍କ୍ସଟି କୋକାକୋଲା କମ୍ପାନୀର ବୋଲି ଜଣାପଡ଼ିଛି । ଏହି କୋଲ୍ଡଡ୍ରିଙ୍କସ ଜାନୁଆରୀ ମାସ ୪ ତାରିଖରେ ବଜାରକୁ ଆସିଥିବା ବେଳେ ଆସନ୍ତା ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ଏହାର ବୈଧତା ରହିଛି । ସେପଟେ ବ୍ୟବସାୟୀ ଜଣଙ୍କୁ ଏ ସମ୍ପର୍କରେ ପଚାରିବାରୁ କମ୍ପାନୀରୁ ଯାହା ଆସୁଛି ବୋଲି ଉତ୍ତର ଦେଇଛନ୍ତି । ଯାହାକୁ ନେଇ ଗ୍ରାହକ ଅସନ୍ତୋଷ ପ୍ରକାଶ କରିବା ସହ ଏଭଳି କମ୍ପାନୀ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଏନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

 

Leave A Reply

Your email address will not be published.