Latest Odisha News

BREAKING NEWS

[ଭିଡ଼ିଓ] ଯୋଜନା ବାଟବଣା, କାମ କରି ବି ମିଳୁନି ପାଉଣା

ଖଡ଼ିଆଳ : ବାଟବଣା ହେଉଛି ମନରେଗା ଯୋଜନା । କାମ କରୁଥିବା ଶ୍ରମିକକୁ ମିଳୁନି ପାଉଣା । ଏହି ଭଳି ଦୁର୍ନୀତି ହେଉଥିବା ଅଭିଯୋଗ ଆସିଛି ନୂଆପଡ଼ା ଖଡ଼ିଆଳ ପଖାନସର ଗାଁରୁ । ଗାଁରେ ଏକ ପୋଖରୀ ଖୋଳା କାମରେ ନିୟୋଜିତ ହୋଇଥିଲେ ଶ୍ରମିକ ମାନେ । କାମ ପରେ ସେମାନଙ୍କୁ କିଛି କିଛି ଟଙ୍କା ଦିଆଯାଇ ପୁରା କାମ କରାଇ ନେଇଥିଲେ ।

BjdElectrycity

ହେଲେ ଏଯାଏ ବଳକା ଟଙ୍କା ନଦେଇ ଭୂଆଁ ବୁଲାଇବା ସହ ଚଂଚକତା କରାଯାଇ ଏହି ଅର୍ଥ ସବୁ ଆତ୍ମସାତ୍ ହୋଇଛି । ସେପଟେ ଖୁବଶିଘ୍ର ଅର୍ଥ ନମିଳିଲେ ଆନ୍ଦୋନର ଚେତାବନୀ ଦେଇଛନ୍ତି ଶ୍ରମିକ ମାନେ ।

ମନରେଗା ଯୋଜନାରେ କାମ କରିବାର ୭ ଦିନ ଭିତରେ ପଇସା ଦେବାର ନିୟମ ରହିଛି । ହେଲେ ଏଠି ସବୁ ଓଲଟା । ଅଭିଯୋଗ ପାଇବା ପରେ ଖୁବଶିଘ୍ର ତଦନ୍ତ କରାଯାଇ ସମସ୍ତ ଅର୍ଥରାଶି ଦିଆଯିବାର ମିଳିଛି ପ୍ରତିଶ୍ରୁତି ।

ପାରିଶ୍ରମିକ ନପାଇ ନିରାଶ ଶ୍ରମିକ ଏବେ ଆନ୍ଦୋଳନ ପାଇଁ ବାହାରିଛନ୍ତି ।

Leave A Reply

Your email address will not be published.