Latest Odisha News

BREAKING NEWS

ଶ୍ରୀମନ୍ଦିର ସୁରକ୍ଷାରେ ତ୍ରୁଟି, ବିଦେଶିନୀ ଭକ୍ତ ପ୍ରବେଶ କରିଥିବା ଅଭିଯୋଗ

ପୁରୀ: ଶ୍ରୀମନ୍ଦିରରେ ବିଦେଶିନୀ ଭକ୍ତ ପ୍ରବେଶ କରିଥିବା ଅଭିଯୋଗ । ବାଇଶି ପାହାଚ ନିକଟରେ ୨ ବିଦେଶୀ ଭକ୍ତଙ୍କୁ ଅଟକାଇଲେ ସେବାୟତ । ୨ ବିଦେଶୀ ଭକ୍ତଙ୍କୁ ସିଂହଦ୍ବାର ଥାନାରେ ଅଟକ ରଖି ପଚରାଉଚରା କରାଯାଇଛି। ଶ୍ରୀମନ୍ଦିର ବାହାରେ ଓ ଭିତରେ ଶହଶହ ପୋଲିସ ନିୟୋଜିତ ଥିବା ବେଳେ ଜଣେ ବିଦେଶୀ ମହିଳା କିପରି ଶ୍ରୀମନ୍ଦିରରେ ପ୍ରବେଶ କଲେ ତାହା ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ ଶନିବାର ପୂର୍ବାହ୍ନରେ ଜଣେ ଅଣହିନ୍ଦୁ ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ଅଭିଯୋଗ ଆସିଛି। ଯାହାକୁ ନେଇ ଶ୍ରୀମନ୍ଦିର ସୁରକ୍ଷାରେ ତ୍ରୁଟି ହୋଇଥିବା କୁହାଯାଉଛି। ବିଦେଶିନୀଙ୍କ ସହ ଜଣେ ଯୁବକ ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ବେଳେ ବାଇଶି ପାହାଚଠାରେ ସେବାୟତମାନେ ବିଦେଶିନୀଙ୍କୁ ଚିହ୍ନଟ କରିଥିଲେ। ପରେ ସିଂହଦ୍ୱାର ପୋଲିସ ଖବର ପାଇ ଉକ୍ତ ବିଦେଶିନୀ ଓ ଯୁବକଙ୍କୁ ନେଇ ଥାନାରେ ଅଟକ ରଖିଥିଲା। ସେମାନଙ୍କୁ ପଚାରଉଚରା କରାଯିବା ସହ ସେମାନଙ୍କ ପାସପୋର୍ଟ ଯାଞ୍ଚ କରାଯାଉଛି।

Comments are closed.