Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ବଢୁଛି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଅଡ଼ୁଆ: ଉପନିର୍ଦ୍ଦେଶକଙ୍କ ବୟାନ ରେକର୍ଡ

ବାରିପଦା: ବଢୁଛି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଅଡ଼ୁଆ । ସରକାରୀ ଅଧିକାରୀଙ୍କୁ ମାଡ ମାରିବ ଘଟଣା ନେଉଛି ଭିନ୍ନ ମୋଡ । ସୋମବାର ବାରିପଦା ଜେ.ଏମ.ଏଫ.ସି.ଙ୍କ କୋର୍ଟରେ ଅନ୍ୟତମ ଆହତ ଅଭିଯୋଗକାରୀ ନିଜ ବୟାନ ଦେଇଛନ୍ତି । ଗତ ମାସରେ ଘଟିଥିବା ପୁରା ଘଟଣାକୁ ସେ କୋର୍ଟଙ୍କ ସମ୍ମୁଖରେ ବୟାନ ଦେଇଛନ୍ତି । ଅଭିଯୋଗକାରୀ ଦେବାଶିଷ ମହାପାତ୍ର ତାଙ୍କର ସମସ୍ତ ବୟାନ ରଖିଛନ୍ତି ।

ତେବେ ତଦନ୍ତ ଓ ନିୟମ ତା ବାଟରେ ଅଛି । ହେଲେ ଏହି ଘଟଣାରେ ନିଶ୍ଚିତ ଭାବେ ନ୍ୟାୟ ମିଳିବ ବୋଲି କହିଛନ୍ତି ଦେବାଶିଷ । ଘଟଣାକୁ ସମ୍ପୁର୍ଣ୍ଣ ମିଛ ବୋଲି କହୁଥିବା ମନ୍ତ୍ରୀ ଯଦି ନିର୍ଦ୍ଦୋଷ ତେବେ ହସପିଟାଲକୁ କାହିଁକି ଆସିଲେନି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ।

ସମସ୍ତ ଅଭିଯୋଗ ଆଉ ବୟ୍କଭିତ୍ତି କରି ଘଟଣାର ତଦନ୍ତ ସଠିକ୍ ଭାବେ ଚାଲିଛି । ଖୁବଶିଘ୍ର କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମାମଲାର ତଦନ୍ତ ଅଫିସର ।

Comments are closed, but trackbacks and pingbacks are open.