Latest Odisha News

BREAKING NEWS

ଆସୁଛି ‘କଫି ୱିଥ୍ କରନ୍-୬’, ପ୍ରଥମ କଫି ପିଇବେ ଆଲିଆ ଓ ଦୀପିକା !

ମୁମ୍ବାଇ : ପ୍ରସିଦ୍ଧ ବଲିଉଡ୍ ଫିଲ୍ମ ନିର୍ମାତା କରନ୍ ଜୋହରଙ୍କ ସାକ୍ଷାତକାରଧର୍ମୀ ଶୋ’ ‘କଫି ୱିଥ୍ କରନ୍-୬’ ଆଗକୁ ପୁଣି ଥରେ ଟେଲିଭିଜନରେ ଦେଖିବାକୁ ମିଳିବ । କରନ ଜୋହର ଏ ସମ୍ବନ୍ଧରେ ସୋସିଆଲ୍ ମିଡ଼ିଆରେ ଖବର ଦେଇଛନ୍ତି ।

ଆସନ୍ତା ସିଜନ୍-୬ର ପ୍ରଥମ ଶୋ’ରେ ପ୍ରଥମ କଫି କପ୍ ଭାବେ ଚୁଲବୁଲି ଲାଜକୁଳି ନାୟିକା ଆଲିଆ ଭଟ୍ଟ ଓ ଦୀପିକା ପାଦୁକୋନ୍ ଅତିଥି ହେବେ ବୋଲି ସେ ଜଣାଇଛନ୍ତି ।

କାରଣ ନିକଟ ଅତୀତରେ ସଞ୍ଜୟ ଲୀଳା ଭଂସାଲୀଙ୍କ ନିର୍ଦ୍ଦେଶିତ ‘ପଦ୍ମାବତ’ ଏବଂ ଆଲିଆ ‘ରାଜି’ ପାଇଁ ବିଭିନ୍ନ ମହଲରେ ଖୁବ୍ ପ୍ରଶଂସିତ ହୋଇଛନ୍ତି ।

ଅକ୍ଟୋବର ୨୧ ରୁ ଷ୍ଟାର୍ ୱାର୍ଲ୍ଡ ଇଣ୍ଡିଆରେ ଏହି ଶୋ’କୁ ଦର୍ଶକମାନେ ଦେଖିବାର ସୁଯୋଗ ପାଇପାରିବେ ।

ନାରୀ ଶକ୍ତି ଭାବେ ଏହି ଦୁଇ ନାୟିକା ପ୍ରଥମ ଶୋ’ରେ ନିଜର ବ୍ୟକ୍ତିଗତ ଜୀବନ ତଥା ଥଟ୍ଟାମଜା କଥାମାନେ ସେୟାର କରିବେ ବୋଲି କରନ କହିଛନ୍ତି ।

ଏହି ଟକ୍ ଶୋ’ର ପୂର୍ବ ସିଜିନରେ ଏକକାଳୀନ ରଣବୀର ସିଂ ଓ ରଣବୀର କପୁର ଅତିଥି ହୋଇଥିଲେ ।

ତେବେ ଦୀପିକା ପାଦୁକୋନ ‘ଓମ୍ ଶାନ୍ତି ଓମ୍’ ସିନେମା ପରେ ‘କଫି ଉଇଥ୍ କରନ୍’ ଶୋ’ର ସିଜିନ୍-୨ରେ ଡେବ୍ୟୁ କରିଥିଲେ ।

ସେହିଭଳି ଆଲିଆ ଭଟ୍ଟ ଦୁଇଟି ସିଜିନରେ ଶାହରୁଖ୍ ଖାନ୍ ଙ୍କ ସହ ଆସି ସାରିଛନ୍ତି । ସୂଚନାଯୋଗ୍ୟ, କରନ ଜୋହର ଏହି ଟକ୍ ଶୋ’ର ଉଭୟ ପ୍ରଯୋଜକ ଓ ନିର୍ଦ୍ଦେଶକ ଭାବେ ଅବତୀର୍ଣ୍ଣ ।

Leave A Reply

Your email address will not be published.