Latest Odisha News

BREAKING NEWS

‘ପୁଷ୍ପା-୨’ ଲାଗି ଆଲୁ ଅର୍ଜୁନ ନେବେନି କୌଣସି ଫି, ନିର୍ମାତାଙ୍କ ସହ କରିଛନ୍ତି ଆଉ କିଛି ଡ଼ିଲ୍

ମୁମ୍ବାଇ: ‘ପୁଷ୍ପା: ଦି ରାଇଜ୍‌’ ର ବ୍ଲକବଷ୍ଟର ସଫଳତା ପାଇଛି । ଏବେ ବି ଦେଶ ଓ ଦେଶ ବାହାରେ ମଧ୍ୟ ଦର୍ଶକଙ୍କ ମନରୁ ଏହାର ପ୍ରଭାବ କମିନାହିଁ । ଏବେ ଫ୍ୟାନ୍ ଆଲୁ ଅର୍ଜୁନଙ୍କ ‘ପୁଷ୍ପା-୨: ଦି ରୁଲ୍‌’ର ରିଲିଜ୍‌କୁ ଅପେକ୍ଷା କରି ରହିଛନ୍ତି । ଏବେ ଫିଲ୍ମର ଶୁଟିଂ ପ୍ରାୟତଃ ସରିଯିବାକୁ ବସିଲାଣି । ଏବେ ଫିଲ୍ମକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । କୁହାଯାଉଛି କି ସୁକୁମାର ଦ୍ୱାରା ନିର୍ଦ୍ଦେଶିତ ଏହି ହିିଟ୍ ଫ୍ରାଞ୍ଚାଇଜର ଦ୍ୱିତୀୟ ଭାଗ ଲାଗି ଆଲୁ ଅର୍ଜୁନ କୌଣସି ଫି’ ନେଉନାହାନ୍ତି । କିନ୍ତୁ ସେ ନିର୍ମାତାଙ୍କ ସହ ଏପରି ଏକ ଡିଲ୍ କରିଛନ୍ତି ଯେଉଁଥିପାଇଁ ସେ ଏହି ଫିଲ୍ମରୁ କୋଟି କୋଟି ଟଙ୍କା ରୋଜଗାର କରିବେ ।

ଏହି ଫିଲ୍ମ ଲାଗି ସେ ଯେଉଁ ଡିଲ୍ କରିଛନ୍ତି ସେହି ହିସାବରେ ସେ ଫିଲ୍ମର ମୋଟ ଆୟରୁ ୩୩% ପାଇବେ । ତେବେ ଏହି ୩୩% ଡିଲ୍ କେବଳ ସିନେମାଘରର ଆୟ ପର୍ଯ୍ୟନ୍ତ ସୀମିତ ନୁହେଁ ବରଂ ଏହା ଓଟିଟି ରାଇଟସ୍‌, ସାଟେଲାଇଟସ୍ ରାଇଟ୍ ଓ ଥିଏଟର ରାଇଟ୍ ସବୁକୁ ମିଶାଇ ଯାହା ବି ରକମ ଆୟ ହେବ ତାହାର ୩୩% ରହିଛି ।

ଏଠାରେ ସୂଚାଇ ଦିଆଯାଇପାରେ କି ପୁଷ୍ପା ୨ରେ ଆଲୁ ଅର୍ଜୁନଙ୍କ ସହିତ ରଶ୍ମିକା ମନ୍ଦାନା, ଫହାଦ ଫାସିଲ, ଜଗପତି ବାବୁଙ୍କ ସହିତ ବହୁ ଷ୍ଟାର ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମ ୧୫ ଅଗଷ୍ଟ ୨୦୨୪ରେ ସିନେମାଘରେ ରିଲିଜ୍ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.