Latest Odisha News

BREAKING NEWS

ଘର ଭିତରୁ ବିଧବା ମହିଳାଙ୍କ ମୃତଦେହ ଉଦ୍ଧାର, ପୋଡ଼ି ମାରି ଦିଆଯାଇଥିବା ଆଭିଯୋଗ

କଳାହାଣ୍ଡି: ଏକ ଘର ଭିତରୁ ବିଧବା ମହିଳାଙ୍କ ମୃତଦେହ ଉଦ୍ଧାର। ତାଙ୍କୁ ପୋଡ଼ି ମାରି ଦିଆଯାଇଥିବା ଆଭିଯୋଗ। ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଚିଚୈଗୁଡ଼ା ଗ୍ରାମରେ।

ସୂଚନା ଅନୁସାରେ ରବିବାର ସକାଳୁ ଏକ ଘର ଭିତରୁ ପଦ୍ମାବତୀ ମେହେର (୪୨ବର୍ଷ) ନାମକ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କୁ ପୋଡ଼ି ମାରି ଦିଆଯାଇଥିବା ତାଙ୍କ ଭାଇ ବଳରାମ ମେହେର ଅଭିଯୋଗ କରିଛନ୍ତି। ଚିଚୈଗୁଡ଼ା ଗ୍ରାମରେ ପଦ୍ମାବତୀ ଏକାକୀ ରହୁଥିଲେ। ବଳରାମ ଅଭିଯୋଗ କରିଛନ୍ତି ଯେ, ତାଙ୍କ ବିଧବା ଭଉଣୀ ପଦ୍ମାବତୀଙ୍କ ଏକମାତ୍ର ପୁଅ ହାଇଦ୍ରାବାଦରେ ଚାକିରି କରନ୍ତି।

ତେବେ କେହି ଦୁର୍ବୃତ୍ତ ତାଙ୍କୁ ନିଆଁରେ ପୋଡ଼ି ହତ୍ୟା କରିଥିବା ଜଣାପଡ଼ିଛି। ପାରିବାରିକ କଳହକୁ ନେଇ ଏହି ହତ୍ୟା କରାଯାଇଥିବା ସେ ସନ୍ଦେହ କରାଯାଉଛି। ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସେ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ଗ୍ରାମବାସୀ ଜୁନାଗଡ଼ ଥାନା ପୋଲିସକୁ ସୂଚନା ଦେବା ପରେ ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରି ତଦନ୍ତ ଆରମ୍ଭ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପଦ୍ମାବତୀଙ୍କ ମୃତ୍ୟୁର କାରଣ ଜାଣିହେବ ବୋଲି ପୋଲିସ କହିଛି।

Leave A Reply

Your email address will not be published.