ଦିଲ୍ଲୀ : ୨ ବର୍ଷ ପରେ ପୁଣି ଆରମ୍ଭ ହେବାକୁ ଯାଉଛି ଅମରନାଥ ଯାତ୍ରା, କରୋନା କଟକଣା ମଧ୍ୟରେ ୪୩ ଦିନ ପାଇଁ ପ୍ରଶାସନ ଦେଲା ଅନୁମତି । କରୋନା ମହାମାରୀ ପାଇଁ ୨ ବର୍ଷ ଧରି ବନ୍ଦ ରହିଥିବା ଅମରନାଥ ଯାତ୍ରା ଜୁନ ୩୦ ରୁ ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ଜମ୍ମୁ-କାଶ୍ମୀର ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଚଳିତ ବର୍ଷ ୪୩ ଦିନ ଧରି ଚାଲିବ ଏହି ଅମରନାଥ ଯାତ୍ରା । ପରମ୍ପରା ମୁତାବକ ରକ୍ଷାବନ୍ଧନ ଦିନ ଏହି ଯାତ୍ରା ସମାପ୍ତ ହେବ । ଏହି କ୍ରମରେ ଶ୍ରଦ୍ଧାଳୁମାନଙ୍କୁ କରୋନା କଟକଣା ପାଳନ ସହ ଯାତ୍ରା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
Comments are closed.