Latest Odisha News

BREAKING NEWS

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ : ନ୍ୟାୟ ପାଇଁ ମାଆର ନିବେଦନ

ଭୁବନେଶ୍ୱର : ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ  । ମାମଲାରେ ସୁପ୍ରିମକୋର୍ଟ ଯିବାକୁ କହିଛନ୍ତି ମାନସଙ୍କ ମାଆ । ଆଜି କ୍ରାଇମବ୍ରାଞ୍ଚ ଦୟାଲ ଆଶ୍ରମ ସିଲ୍ କରିବା ପରେ ସେଠାରୁ ଏକ ଠେଙ୍ଗା ମିଳିଛି । ଏହି ଠେଙ୍ଗାରେ ମାନସଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଜଣାପଡ଼ିଛି ।

ଆଉ ଏହା ଜାଣିବା ପରେ ମାନସଙ୍କ ମାଆ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ସେ କହିଛନ୍ତି, ମୁଁ ନିଜେ ବିକ୍ରି ହୋଇଯିବି ପଛେ, ମାନସକୁ ନ୍ୟାୟ ଦେବା ପାଇଁ ସୁପ୍ରିମକୋର୍ଟ ଯିବି । ଏପଟେ ଭୁବନେଶ୍ୱରର ଦୟାଲ ଆଶ୍ରମରେ ଛାନଭିନ ପରେ ସିଲ କରିଛି କ୍ରାଇମବ୍ରାଞ୍ଚ ।

କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ଆଶ୍ରମର ଲେଡିକେୟାରଟେକର, ଦିଲ୍ଲୀପ ଖଟେଇ ଓ ଆଶ୍ରମ ସହିତ ଜଡିତ ଲୋକଙ୍କୁ ପଚରାଉଚରା କରିଛନ୍ତି । ଫରେନସିକ୍ ଟିମ୍ ଓ ଡାକ୍ତରୀଦଳ ମଧ୍ୟ ତଦନ୍ତରେ ସାମିଲ ହୋଇଥିଲେ । ଥ୍ରୀଡି କ୍ୟାମେରାରେ ଆଶ୍ରମ ଭିତର ଓ ବାହାରର ଫଟୋ ନିଆଯାଇଛି । ଏଥିସହ ମହିଳା କେୟାର ଟେକରଙ୍କୁ କ୍ରାଇମବ୍ରାଞ୍ଚ ଟିମ ସାଞ୍ଚରେ ନେଇଥିବା ଜଣାପଡିଛି ।

ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଏକ ବାଡିକୁ ମଧ୍ୟ ତଦନ୍ତକାରୀ ଟିମ୍ ସାଙ୍ଗରେ ନେଇଯାଇଛି । ଏହି ଆଶ୍ରମରେ କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କୁ ହତ୍ୟା କରାଯାଇଥିଲା । ୱେବ-ପୋର୍ଟାଲ ମାଲିକାଣି ଶର୍ମିଷ୍ଠା ରାଉତ ଓ ପୂର୍ବତନ ପ୍ରଶାସନିକ ଅଧିକାରୀ ନିରଞ୍ଜନ ସେଠୀ ମାନସଙ୍କୁ ଅପହରଣ କରିବା ପରେ ଏହି ଆଶ୍ରମରେ ହତ୍ୟା କରିଥିବା ପୁଲିସ କହିଥିଲା ।

ମାମଲାରେ ନିରଞ୍ଜନଙ୍କ ସମେତ ୬ଜଣଙ୍କୁ ଗିରଫ କରାଯାଇଥିଲେ ବି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଏବେ ବି ଫେରାର ଅଛନ୍ତି । ଦୀର୍ଘ ଦିନ ବିତିଯାଇଥିଲେ ବି ଶର୍ମିଷ୍ଠାଙ୍କୁ ଧରିବାରେ ବିଫଳ ହୋଇଛି ପୁଲିସ ।

 

Leave A Reply

Your email address will not be published.