Latest Odisha News

BREAKING NEWS

ପେଟରୁ ଚର୍ବି କମେଇବାକୁ ସକାଳୁ ଖାଆନ୍ତୁ ଅଣ୍ଡା

ଭୁବନେଶ୍ଵର: ଆଜିର ଆଧୁନିକ ଜୀବନଶୈଳୀ ଭିତରେ ପେଟ ଚର୍ବି ବଢିବା ସମସ୍ୟା ଏକ ସାଧାରଣ ଘଟଣା ହୋଇଗଲାଣି। ପେଟରେ ଅତ୍ୟାଧିକ ଚର୍ବି କାରଣରୁ ବିଭିନ୍ନ ପ୍ରକାର ରୋଗ ମଧ୍ୟ ଶରୀର ମଧ୍ୟକୁ ପ୍ରବେଶ କରିବାର ସମ୍ଭାବନା ଥାଏ। ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ଆମେ ସକାଳ ଖାଇବା ପ୍ରାୟତଃ ଭୁଲିଯାଉ। ଯାହା ଶରୀରରେ ରୋଗ ସୃଷ୍ଟିର ମୁଖ୍ୟ କାରଣ ହୋଇଥାଏ। ସାଧାରଣତଃ ଖାଇବା–ପିଇବାରେ ଅବହେଳା କାରଣରୁ ପେଟରେ ଚର୍ବି ବଢିଥାଏ। ତେଣୁ ପେଟର ଚର୍ବି ହଟାଇବାକୁ ଚାହୁଁଥିଲେ ସକାଳର ଖାଦ୍ୟ ତାଲିକାରେ ଅଣ୍ଡାକୁ ନିହାତି ସାମିଲ୍ କରନ୍ତୁ।

ଡାକ୍ତରଙ୍କ କହିବା ମୁତାବକ ସ୍ଵାସ୍ଥ୍ୟ ପକ୍ଷେ ସକାଳ ଖାଦ୍ୟ ଖାଇବା ନିହାତି ଜରୁରୀ। ସକାଳ ଖାଦ୍ୟ ଠିକ୍ ଭାବେ ନଖାଇଲେ ପେଟର ଚର୍ବି ବଢିପାରେ। ଏହାସହ ଅଣ୍ଡାରେ ଭିଟାମିନ୍-ଡି ଓ ପ୍ରୋଟିନ୍ ଭରପୁର ମାତ୍ରାରେ ରହିଥାଏ। ତେଣୁ ସକାଳୁ ଦୁଇଟି ଅଣ୍ଡା ସେବନ କଲେ ପେଟର ଚର୍ବି କମିଥାଏ ବୋଲି ଜଣାପଡିଛି। ଅନେକ ଲୋକ ଅଣ୍ଡାର କେଶରକୁ ଫୋପାଡି ଦେଇ ଖାଲି ଧଳା ଅଂଶଟିକୁ ଖାଇବାକୁ ଭଲପାନ୍ତି। କିନ୍ତୁ ଆପଣ ଜାଣନ୍ତି କି ଅଣ୍ଡାର କେଶର ସ୍ଵାସ୍ଥ୍ୟ ପକ୍ଷେ କେତେ ଉପକାରୀ?

ଅଣ୍ଡାର ହଳଦିଆ ଭାଗରେ ଭିଟାମିନ ରହିଥିବାରୁ ହାଡ଼କୁ ମଜବୁତ କରିବାରେ ସହାୟତା କରିଥାଏ। ଶରୀରର ପ୍ରତିରୋଧକ ଶକ୍ତି ବଢାଇବା ସହ ତ୍ୱଚାର ଚମକ ଆଣିଥାଏ। ଅଲିଭ୍ ଅଏଲରେ ପ୍ରସ୍ତୁତ ଅଣ୍ଡା ଜାତୀୟ ଖାଦ୍ୟ ସକାଳୁ ସେବନ କରିବା ସ୍ଵାସ୍ଥ୍ୟ ପକ୍ଷେ ହିତକର। ଅଣ୍ଡାର କେଶରରେ ଭରପୁର ମାତ୍ରାରେ ଭିଟାମିଟ୍-ଡି, ପ୍ରୋଟିନ୍ ଓ ବାୟୋଟିନ୍ ରହିଥାଏ। ତେଣୁ ସକାଳୁ ଅଣ୍ଡା ସହ ସାଲାଡ୍ ମିଶାଇ ଖାଇବା ଶରୀର ପକ୍ଷେ ବେଶ୍ ଉପକାରୀ ହୋଇଥାଏ।

 

Leave A Reply

Your email address will not be published.