Latest Odisha News

BREAKING NEWS

ହୀରାକୁଦ ଅଞ୍ଚଳରେ ବ୍ୟାପିଛି ଝାଡାବାନ୍ତି, ଜଣେ ମୃତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ହୀରାକୁଦ ଅଞ୍ଚଳରେ ବ୍ୟାପୁଛି ଝାଡ଼ାବାନ୍ତି । ଝାଡ଼ାବାନ୍ତିରେ ଆକ୍ରାନ୍ତରେ ଏଯାବତ୍ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୭ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ଜଣଙ୍କ ସ୍ଥିତି ଗୁରୁତର ରହିଛି । ସେମାନଙ୍କୁ ବୁର୍ଲା ଭିମସାରକୁ ସ୍ଥାନାନ୍ତରିତ କରାଯାଇଛି ।

ଦୂଷିତ ପାଣି ପିଇ ଝାଡାବାନ୍ତି ହୋଇଥିବା ଅନୁମାନ କରାଯାଉଛି । ହୀରାକୁଦ କାଳୁପଡା, ଗଉଡପଡା, ଗୁରୁଦ୍ବାରା ଓ ନ୍ୟୁ ମାର୍କେଟ ପଡାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ମୋବାଇଲ୍ ହେଲଥ ୟୁନିଟ୍ ବର୍ତ୍ତମାନ ସ୍ଥିତି ଉପରେ ନଜର ରଖିଛି । ଝାଡ଼ାବାନ୍ତି ବ୍ୟାପୁଥିବା ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ପିଇବା ପାଣି ପାଇଁ ଡାଇରିଆ ବ୍ୟାପିବାରେ ଲାଗିଛି । ଟ୍ରିଟମେଂଟ ପ୍ଲାଂଟରେ ପାଣିକୁ ବିଶୁଦ୍ଧ କରାଯାଉନାହିଁ । ପ୍ରାୟ ୪ଟି ସ୍ଥାନରୁ ପାନୀୟ ଜଳ ନମୂନା ସଂଗ୍ରହ କରାଯାଇ ଟେଷ୍ଟା ପାଇଁ ପଠାଯାଇଛି ଏହାସହ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଡୋର ଟୁ ଡୋର ବୁଲି ଲୋକଙ୍କୁ ସତର୍କ ରହିବା ପାଇଁ ସୂଚନା ଦେଉଛି ।

 

Leave A Reply

Your email address will not be published.