Latest Odisha News

ଆଇପିଏଲରୁ ଅବସର ଘୋଷଣା କଲେ ଅମ୍ବାତି ରାୟୁଡୁ

ଅହମ୍ମଦାବାଦ: ଚେନ୍ନାଇ ସୁପର କିଙ୍ଗସର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ଆଇପିଏଲ ଫାଇନାଲ ପୂର୍ବରୁ ଅବସର ଘୋଷଣା କରିଛନ୍ତି । ସେ କହିଛନ୍ତି ଏହା ମୋର ଶେଷ ଆଇପିଏଲ । ମୁଁ ୟୁ ଟର୍ଣ୍ଣ ନେବାର ପ୍ରଶ୍ନ ଉଠୁନି । ରବିବାର ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ୨ଟି ବଡ ଟିମ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ପକ୍ଷରୁ ୧୪ଟି ସିଜନରେ ୨୦୪ ମ୍ୟାଚ ଖେଳିବା ନିଶ୍ଚିତ ଭାବେ ଗର୍ବର ବିଷୟ । ଏଥିରେ ୧୧ ପ୍ଲେଅଫ, ୮ ଫାଇନାଲ୍ସ ଓ ୫ଟ୍ରଫି ସାମିଲ । ଆଶା କରୁଛି ଆଜି ଷଷ୍ଠ ଟାଇଟଲର ଅଂଶବିଶେଷ ହେବି ।

ରାୟୁଡୁ ମୁମ୍ବାଇ ପକ୍ଷରୁ ୨୦୧୦ ଆଇପିଏଲରେ ପଦାର୍ପଣ କରିଥିଲେ । ୨୦୧୮ରୁ ସେ ଚେନ୍ନାଇ ପକ୍ଷରୁ ଖେଳିଥିଲେ । ଚଳିତ ସଂସ୍କରଣରେ ରାୟୁଡୁ ୧୫ ମ୍ୟାଚ ଖେଳି ୧୩୯ ରନ ସଂଗ୍ରହ କରିଛନ୍ତି । ୨୦୧୮ରେ ସେ ତାଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ରାୟୁଡୁ ୧୬ଟି ଇନିଂସରେ ୬୦୨ ରନ କରିଥିଲେ । ଏହା ମଧ୍ୟରେ ତାଙ୍କର ଗୋଟିଏ ଶତକ ମଧ୍ୟ ସାମିଲ । ସୋସିଆଲ ମିଡିଆରେ ସେ ତାଙ୍କ ଅବସର ସମ୍ପର୍କରେ ସୂଚନା ଦେଇଥିଲେ ।

Leave A Reply

Your email address will not be published.