Latest Odisha News

BREAKING NEWS

ଆଇଫା ୨୦୨୩ରେ ହ୍ରିତିକ୍‌ଙ୍କୁ ମିଳିଲା ବେଷ୍ଟ ଆକ୍ଟର ଆୱାର୍ଡ

ମୁମ୍ବାଇ: ବଲିଉଡ଼ର ସୁପରଷ୍ଟାର ଅଭିନେତା ହ୍ରିତିକ ରୋଶନଙ୍କୁ ଆଇଫା ଆୱାର୍ଡ ୨୦୨୩ରେ ବେଷ୍ଟ ଆକ୍ଟର ଆୱାର୍ଡ଼ ପ୍ରଦାନ କରାଯାଇଛି । ସେ ଫିଲ୍ମ ‘ବିକ୍ରମ ବେଧା’ ପାଇଁ ଏହି ପୁରସ୍କାର ପାଇଛନ୍ତି । ଏହି ଫିଲ୍ମରେ ହ୍ରିତିକ୍‌ଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଏହି ଆୱାର୍ଡ଼ ପାଇବା ପରେ ହିତ୍ରିକ୍ ନିଜର ଖୁସିବ୍ୟକ୍ତ କରିଛନ୍ତି ।

ନିକଟରେ ଆୟୋଜିତ ଆଇଫା ଆୱାର୍ଡ ୨୦୨୩ କାର୍ଯ୍ୟକ୍ରମରେ ହ୍ରିତିକଙ୍କ ଯାଦୁ ଦର୍ଶକଙ୍କୁ ପୁଣି ଥରେ ପ୍ରଭାବିତ କରିଥିଲା । ଆୱାର୍ଡ଼ ପାଇବା ପରେ ହ୍ରିତିକ କହିଛନ୍ତି, ‘ବେଧା’ ମୋ ଭିତରେ ଥିବା ପାଗଳାମିକୁ ଆବିଷ୍କାର କରିବାରେ ସାହାଯ୍ୟ କଲା ଯାହା ମୁଁ ଜାଣି ନ ଥିଲି । ଏଥିପାଇଁ ମୁଁ ୟୁନିଭର୍ସ ଏବଂ ବେଧାକୁ ଧନ୍ୟବାଦ ଦେଉଛିି । ଏହି ଫିଲ୍ମରେ ହ୍ରିତିକ ଅତ୍ୟନ୍ତ ବିପଜ୍ଜନକ ଏବଂ ଆକର୍ଷଣୀୟ ଅଭିନୟ କରିଛନ୍ତି ।

Leave A Reply

Your email address will not be published.