Latest Odisha News

BREAKING NEWS

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ ଅମ୍ବାତି ରାୟୁଡୁ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ଜଣାଶୁଣା ବ୍ୟାଟ୍ସମ୍ୟାନ୍ ଅମ୍ବାତି ରାୟୁଡୁ ବୁଧବାର ଦିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ।

ବିଶ୍ୱକପର ୧୫ ଜଣିଆ ସ୍କ୍ୱାଡରୁ ବାଦ ପଡିବା ପରେ ସେ ଏଭଳି ଅବସର ଘୋଷଣା କରିଥିବା ନେଇ ସାଧାରଣରେ ଆଲୋଚନା ହେଉଛି ।

ପୂର୍ବରୁ ସେ ପ୍ରଥମ ଶ୍ରେଣୀ କ୍ରିକେଟରୁ ଅଲବିଦା ଗ୍ରହଣ କରିସାରିଥିଲେ ମଧ୍ୟ ଆଇପିଏଲ୍ ଖେଳିବେ। ନିଜର ଅବସର ସମ୍ପର୍କରେ ରାୟୁଡୁ ବିସିସିଆଇକୁ ଜଣାଇ ସାରିଥିବା ନେଇ ସୂଚନା ମିଳିଛି ।

ସୂଚନାନୁଯାୟୀ ୩୩ ବର୍ଷୀୟ ଏହି ଆନ୍ଧ୍ରପ୍ରଦେଶ ଖେଳାଳିଙ୍କୁ ବିଶ୍ୱକପ୍ ଲାଗି ଷ୍ଟାଣ୍ଡବାଇରେ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ବିଜୟ ଶଙ୍କର ଆହତ ହୋଇ ଦଳରୁ ବାଦ ପଡିବା ପରେ ତାଙ୍କ ସ୍ଥାନରେ ମୟଙ୍କଙ୍କୁ ସାମିଲ କରାଯାଇଥିଲା ।

ତେବେ ଏପରିସ୍ଥଳେ ରାୟୁଡୁଙ୍କୁ ଦଳରେ ସାମିଲ କରାନଯିବାରୁ ସେ ଦୁଃଖିତ ଥିଲେ ବୋଲି ସାଧାରଣରେ ଆଲୋଚନା ହେଉଥିଲା । ଏହି କାରଣରୁ ସେ ଅବସର ଘୋଷଣା କରିଥିବା ନେଇ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.