Latest Odisha News

BREAKING NEWS

ଫୁଲରେ ସଜ୍ଜା ହେଉଛି ବଡଦେଉଳ, ଦିଲ୍ଲୀରୁ ଆସିଛନ୍ତି ୨ଶହ କାରିଗର

ପୁରୀ: ରାତି ପହିଲେ ମହାପ୍ରଭୁଙ୍କ ରଥଯାତ୍ରା । ସଜେଇ ହେଲାଣି ସାରା ଶ୍ରୀକ୍ଷେତ୍ର । ଏଥିରୁ ଶ୍ରୀମନ୍ଦିର ବା ବାଦ ପଡ଼ିଥାନ୍ତା କେମିତି !

ଏଥର ରଥଯାତ୍ରା ଅବସରରେ ଦେଖିବାକୁ ମିଳିବ ଏକ ନୂଆ କଥା । ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ପୂର୍ଣ୍ଣ ଫୁଲରେ ସଜା ହେବ। ଘୋଷଯାତ୍ରାର ଗୋଟିଏ ଦିନ ପୂର୍ବରୁ ଭଳିକି ଭଳି ଫୁଲରେ ସଜ୍ଜା ହେଉଛି ବଡ଼ ଦେଉଳ । ମନ୍ଦିରକୁ ସଜ୍ଜାଇବା କାମରେ ବ୍ୟସ୍ତ ଅଛନ୍ତି ୨ଶହ କାରିଗର ।

ମଜା କଥା ହେଲାକି ବଡ଼ଦେଉଳକୁ ସଜ୍ଜାଇବା ପାଇଁ ମନ୍ଦିର ପ୍ରଶାସନକୁ କୌଣସି ଦାଇତ୍ୱ ମିଳି ନାହିଁ । ମଦିର ସଜ୍ଜାଇବା ପାଇଁ ଜଗନ୍ନାଥଙ୍କ ଆଜ୍ଞା ପାଇଛନ୍ତି ଦିଲ୍ଲୀ ନିବାସୀ ଭକ୍ତ କେ.କେ ଶର୍ମା ।

ଦେଉଳ ସଜ୍ଜାଇବା ପାଇଁ ଶ୍ରୀ ଶର୍ମା ଦିଲ୍ଲୀରୁ ୨ଶହ କାରିଗରଙ୍କୁ ଆଣି ପୁରୀ ଆସିଛନ୍ତି । ୨୦ଟି ଟ୍ରକ ଭର୍ତ୍ତି ଫୁଲ ମହାପ୍ରଭୁଙ୍କ ଦେଉଳ ସଜ୍ଜାଇବା ନିମନ୍ତେ ଅଣା ଯାଇଥିବା ସୂତ୍ରରୁ ପ୍ରକାଶ ।

ମହାପ୍ରଭୁଙ୍କ ନବଯୌବନ ବେଶ ଦିନରୁ ଆରମ୍ଭ ହୋଇଛି ମନ୍ଦିରରେ ଫୁଲ ସଜ୍ଜା । ରଥଯାତ୍ରା ଦିନ ଶ୍ରୀମନ୍ଦିରକୁ ଫୁଲରେ ସଜ୍ଜାଇବା ସହିତ ଶ୍ରୀଗୁଣ୍ଡିଚା ମନ୍ଦିରରେ ‌ଯେତେ ଦିନ ଠାକୁର ରହିବେ ସବୁ ଦିନ ଏହା ଫୁଲରେ ସଜ୍ଜା ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ବୁଧବାର ଦିନ ପରମ୍ପରା ମୁତାବକ, ରଥଖଳାରେ ପ୍ରସ୍ତୁତ ହୋଇ ରହିଥିବା ତିନି ରଥକୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଚକଡ଼ାକୁ ଅଣାଯାଇଛି । ରଥଖଳାରେ ତିନି ରଥରେ ଆଜ୍ଞାମାଳ ବିଜେ ପରେ ପୁଲିସ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ସେବକମାନେ ରଥକୁ ସିଂହଦ୍ୱାର ଚକଡ଼ାକୁ ଟାଣି ଆଣିଛନ୍ତି ।

ଗୁରୁବାର ଦିନ ଶ୍ରୀଗୁଣ୍ଡିଚା ଯାତ୍ରାରେ ତିନି ଠାକୁର ରଥରେ ବିଜେ କରିବା ପରେ ରଥଟଣା କାମ ଆରମ୍ଭ ହେବ। ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ଚୂଡ଼ାନ୍ତ କରାଯାଇଛି ।

Leave A Reply

Your email address will not be published.