Latest Odisha News

BREAKING NEWS

କାମାକ୍ଷାନଗର ମହୁଲି ଛକରେ ଆମ୍ବୁଲାନ୍ସ ଦୁର୍ଘଟଣା; ଦୁଇ ଚାଳକ ଓ ରୋଗୀ ଆହତ

କାମାକ୍ଷାନଗର: ଶନିବାର ଭୋର ୫.୪୫ ସମୟରେ ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତା ମହୁଲି ଛକ ନିକଟରେ ୧୦୮ ଆମ୍ବୁଲାନ୍ସ ସହିତ ଏକ ଟାଟା ଏସି ଗାଡ଼ି ମୁହାଁ-ମୁହିଁ ଧକ୍କା ହୋଇ ଦୁଇ ଚାଳକ ଆହତ ହୋଇଛନ୍ତି । ଉଭୟ ଚାଳକଙ୍କୁ ନିକଟସ୍ଥ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଆମ୍ବୁଲାନ୍ସ ଡ୍ରାଇଭର ଜଣଙ୍କ ନାମ ମଙ୍ଗରାଜ ପ୍ରଧାନ ଓ ଟାଟା ଏସ ଗାଡି ଚାଳକ ଜଣଙ୍କ କାମାକ୍ଷାନଗରର କବାଡି ଦୋକାନୀ ଏମଡି ମୁକ୍ତାର ।

ସୂଚନା ଅନୁଯାୟୀ ୧୦୮ ଆମ୍ବୁଲାନ୍ସଟି କାମାକ୍ଷାନଗରରୁ ଏକ ରୋଗୀକୁ ଧରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିଲା । ମହୁଲି ଛକ ନିକଟରେ ଢେଙ୍କାନାଳ ଆଡୁ କାମାକ୍ଷାନଗର ଯାଉଥିବା ଏକ ଟାଟା ଏସି ଗାଡି ଦ୍ରୁତ ବେଗରେ ଆସି ମୁହାଁ ମୁହିଁ ଧକ୍କା ଦେଇଥିଲା ।

ଦୁର୍ଘଟଣାରେ ଦୁଇ ଗାଡିର ଚାଳକ ଆହତ ହେବା ସହ ଆମ୍ବୁଲାନ୍ସରେ ଥିବା ରୋଗୀ ଜଣଙ୍କ ମଧ୍ୟ ଆହତ ହୋଇଛନ୍ତି ବୋଲି ଆମ୍ବୁଲାନ୍ସ ଡ୍ରାଇଭର ପ୍ରକାଶ କରିଛନ୍ତି ।

ମାତ୍ର ଆମ୍ବୁଲାନ୍ସରେ ଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ବହୁତ ବଡ଼ ବିପଦରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସେମାନଙ୍କୁ ଅନ୍ୟ ଏକ ଆମ୍ବୁଲାନ୍ସ ଗାଡିରେ ଢେଙ୍କାନାଳ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Leave A Reply

Your email address will not be published.