Latest Odisha News

BREAKING NEWS

ରୋଗୀ ଛାଡି ଫେରିବା ରାସ୍ତାରେ ଓଲଟିଲା ଆମ୍ବୁଲାନ୍ସ

ବାରିପଦା: ହସ୍ପିଟାଲରେ ରୋଗୀ ଛାଡ଼ି ଫେରିବା ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହେଲା ଆମ୍ବୁଲାନ୍ସ । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଝିଙ୍କିରିଆ ନିକଟରେ ଏହି ଦୁର୍ଘଟଣା ହୋଇଛି । ଭାରସାମ୍ୟ ହରାଇ ରାସ୍ତାକଡ଼ କେନାଲ୍ରେ ପଶିଯାଇଛି ଆମ୍ବୁଲାନ୍ସ । ଏଥିରେ ଡ୍ରାଇଭର ଓ ଫାର୍ମାସିଷ୍ଟ ଆହତ ହୋଇଛନ୍ତି । ସେମାନେଙ୍କୁ ବାରିପଦା ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗତକାଲି ବିଳମ୍ବିତ ରାତିରେ ରାସଗୋବିନ୍ଦପୁର ଅଞ୍ଚଳରୁ ରୋଗୀ ନେଇ କିଷାନତାଣ୍ଡି ହସ୍ପିଟାଲରେ ଛାଡି ଫେରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା କେନାଲରେ ଆମ୍ବୁଲାନ୍ସ ଓଲଟି ପଡ଼ିଥିଲା । ତେବେ କେମିତି ଓ କେଉଁ ପରିସ୍ଥିତିରେ ଆମ୍ବୁଲାନ୍ସ କେନାଲ୍ ଭିତରେ ଖସି ପଡ଼ିଲା ତାହା ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.