Latest Odisha News

BREAKING NEWS

ଲଜ୍ଜା ! ଛାତ୍ରଙ୍କୁ ପ୍ରେମ ନିବେଦନ ଓ ଯୌନ ନିର୍ଯାତନା ଅଭିଯୋଗରେ ଅଧ୍ୟାପକ ଗିରଫ

ଯାଜପୁର: କଲେଜ ଛାତ୍ରଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ କଲେଜ ଅଧ୍ୟାପକ ଗିରଫ । ବିଭିନ୍ନ ସମୟରେ ଛାତ୍ରଙ୍କୁ ହ୍ୱାଟ୍ସଆପରେ ପ୍ରେମ ନିବେଦନ କରୁଥିଲେ । ଖରାପ୍ ମେସେଜ୍ ପଠାଉଥିଲେ । ରାତିରେ ତାଙ୍କ ରୁମକୁ ଡାକୁଥିଲେ ଅଧ୍ୟାପକ । ଯାଜପୁର ଜିଲ୍ଲାରୁ ଏଭଳି ସାଂଘାତିକ ଅଭିଯୋଗ ଆସିଛି । ଚିତାଲୋ କଲେଜର ରାଜନୀତି ବିଜ୍ଞାନ ଅଧ୍ୟାପକ ନିରଞ୍ଜନ ପଣ୍ଡାଙ୍କୁ ଗିରଫ କରିଛି ଯାଜପୁର ଥାନା ପୋଲିସ ।

ଅଭିଯୋଗ ଅନୁସାରେ, ନିରଞ୍ଜନ ପଣ୍ଡା ବିଭିନ୍ନ ଛାତ୍ରଙ୍କୁ ହ୍ୱାଟସଆପରେ ଖରାପ ମେସେଜ କରିବା ସହ ପ୍ରେମ ନିବେଦନ କରୁଥିଲେ । ନିଜ ରୁମକୁ ବି ଡାକୁଥିଲେ । ତାଙ୍କ ସହ ରାତିରେ ରହିବା ପାଇଁ ଛାତ୍ରଙ୍କୁ ବାଧ୍ୟ କରୁଥିଲେ ଅଧ୍ୟାପକ । ରାଜି ନହେଲେ ପରୀକ୍ଷାରେ ମାର୍କ କମାଇ ଦେବାକୁ ଧମକ ଦିଅନ୍ତି ।

ଅଧ୍ୟାପକ ଓ ଛାତ୍ରଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଅଡିଓ ଏବଂ ମେସ୍ଜର ସ୍କ୍ରିନ ସର୍ଟ ଭାଇରାଲ୍ ହୋଇଛି । ଏହାପରେ ରସିକିଆ ଅଧ୍ୟାପକଙ୍କ କାରନାମା ଖୋଲି ଯାଇଛି । ତାଙ୍କ ବିରୋଧରେ ଅଭିଯୋଗ କରିବା ପରେ ଛାତ୍ରଙ୍କୁ ମାଡ ମାରିଥିବା ଅଭିଯୋଗ ବି ହୋଇଛି ।

କିଛି ଛାତ୍ର ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହପରେ ଯାଜପୁର ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଅଧ୍ୟାପକ ନିରଞ୍ଜନ ପଣ୍ଡାଙ୍କୁ ଗିରଫ କରିଛି । ସେପଟେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଧ୍ୟାପକ ।

Leave A Reply

Your email address will not be published.