କୁହାଯାଏ ଯେଉଁମାନେ ପୁସ୍ତକକୁ ବନ୍ଧୁ କରନ୍ତି ସେମାନେ ନୂଆ ଇତିହାସ ସୃଷ୍ଟି କରନ୍ତି । ପୁସ୍ତକରେ ସବୁ ସମସ୍ୟାର ସମାଧାନ ଥାଏ । ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ବହି ପଢିବାକୁ ଭଲ ପାଆନ୍ତି । ସେମାନଙ୍କ ମଧ୍ୟରୁ କିଛି ଲୋକ ଅଛନ୍ତି ବହି ରଖିବାକୁ ବେଶ ପସନ୍ଦ କରନ୍ତି ।
ଟିକିଏ ଭାବନ୍ତୁ ତ ଜଣେ ବ୍ୟକ୍ତି ନିଜ ଘରେ କେତେ ପୁସ୍ତକ ରଖିପାରିବେ? ୧ହଜାର କିମ୍ବା ୫ ହଜାର । ହେଲେ କ’ଣ ଆପଣ ଜାଣିଛନ୍ତି ଆମେରିକାର ଜଣେ ବ୍ୟକ୍ତି ନିଜ ଘରେ ପ୍ରାୟ ୩୨ ହଜାରୁ ଅଧିକ ବହି ରଖିଛନ୍ତି । ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି |
ଫଟୋଟିରେ ଏକ ଲାଇବ୍ରେରୀ ଅଛି । ଯାହା କି ଏକ ସାର୍ବଜନୀନ ଲାଇବ୍ରେରୀ ନୁହେଁ ବରଂ ଏକ ଘରୋଇ ଲାଇବ୍ରେରୀ । ଆମେରିକାର ବାସିନ୍ଦା ଓ’ନିଲ୍ ଗିର୍ ସେ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ସେ ଲେଖିଛନ୍ତି – ଏହା ଆମର ବ୍ୟକ୍ତିଗତ ଲାଇବ୍ରେରୀ । ଏହି ଲାଇବ୍ରେରୀରେ ପ୍ରାୟ ୩୨ ହଜାରରୁ ଅଧିକ ପୁସ୍ତକ ଅଛି ।
Our personal library has about 32,000 books. I guess other people bought cars and boats… pic.twitter.com/fXUdCzb0Qk
— Kathleen O’Neal Gear (@GearBooks) January 25, 2023
ଏହି ଲାଇବ୍ରେରୀ ଦେଖିବା ପରେ ଲୋକମାନେ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଯାଆନ୍ତି | ଏହି ଚିତ୍ର ଦେଖିବା ପରେ ଲୋକମାନେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି | ସେମାନଙ୍କ ଭିତରୁ ଜଣେ ଲେଖିଛନ୍ତି – ଏହା ଏକ ଚମତ୍କାର ଲାଇବ୍ରେରୀ | ମୁଁ ଏଥିରେ ଅଧ୍ୟୟନ କରିପାରିବି କି?
Comments are closed.