Latest Odisha News

BREAKING NEWS

ମହିଳା ଆଇପିଏସ୍ ଅଫିସର ବନିଲେ କେବିସି ୧୨ ସିଜନର ଦ୍ୱିତୀୟ କୋଟିପତି

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ‘କୌନ ବନେଗା କରୋଡପତି’ ସିଜନ୧୨ର ଦ୍ୱିତୀୟ କୋଟିପତି ବନିଲେ ମହିଳା ଆଇପିଏସ୍ ଅଫିସର ମୋହିତା ଶର୍ମା ।

ଏନେଇ ଶୋ’ର ଏକ ନୂଆ ପ୍ରୋମୋ ରିଲିଜ ହୋଇଛି ।

ପ୍ରତିଯୋଗୀ ମୋହିତା ଶର୍ମା ଖୁବ୍ ଭାବିଚିନ୍ତି ଖେଳୁଥିବା ବେଳେ ସେ ୧କୋଟି ଜିତିଥିବା ନେଇ ଦର୍ଶାଯାଇଛି । ଯାହାପରେ ଶୋ’ର ହୋଷ୍ଟ ଅମିତାଭ ବଚ୍ଚନ ତାଙ୍କ ଆଗରେ ୭ କୋଟି ଟଙ୍କାର ଏକ ପ୍ରଶ୍ନ ରଖିଥିବା ଦେଖିବାକୁ ମିଳୁଛି ।

ଯାହା ପରେ ସେ ଖୁବ୍ ଭାବିଚିନ୍ତି ଏକ ଉତ୍ତରକୁ ଲକ୍ କରିବା ପାଇଁ ବିଗ୍ ବି ଅମିତାଭଙ୍କୁ କହୁଥିବା ନଜର ଆସିଛି ।

କେବିସି ଶୋ’ ଦର୍ଶକଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ ହୋଇପାରିଥିଲା ବେଳେ ଚଳିତ ସିଜନର ପ୍ରଥମ କୋଟିପତି ହୋଇଥିଲେ ନାଜିଆ ନାସିମ । ଯିଏକି ୭ କୋଟି ଟଙ୍କା ମୂଲ୍ୟର ଏକ ପ୍ରଶ୍ନର ଉତ୍ତର ଦେଇନପାରି ଖେଳରୁ ଓହରି ଯାଇଥିଲେ ।

Leave A Reply

Your email address will not be published.