Latest Odisha News

BREAKING NEWS

ଆମେରିକାର ଅସ୍ତ୍ରଶସ୍ତ୍ର ଲୁଟିନେଲେ ତାଲିବାନ, ପାକିସ୍ତାନ ପାଇଁ ବିପଦ ଘନେଇଲା

କାବୁଲ:ଆତଙ୍କବାଦୀ ନିଆଁରେ ପାକିସ୍ତାନ ଖେଳୁଥିବା ବେଳେ ଏବେ ଏହା ତା ପ୍ରତି ବିପଦ ସୃଷ୍ଟି କରିବା ଆରମ୍ଭ କରିଛି । ଆଫଗାନିସ୍ତାନ ଅଧିକାରକୁ ନେବା ପରେ ତାଲିବାନମାନେ ଆମେରିକା ସେନାର ପ୍ରଚୁର ପରିମାଣ ଅସ୍ତ୍ରଶସ୍ତ୍ର ଲୁଟି ନେଇଛନ୍ତି । ଏହି ଅସ୍ତଶସ୍ତ୍ର ପାକିସ୍ତାନ ଏବଂ ଭାରତରେ ଥିବା ଆତଙ୍କବାଦୀ ଗୋଷ୍ଠୀକୁ ଯୋଗାଇବାର ଆଶଙ୍କା ରହିଛି ।

ଲୁଟ ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ଏମ-୧୬, ଏମ-୪ ଆସଲ୍ଟ ରାଇଫଲ, ଇସ୍ପାତ କୋର ବୁଲେଟ, ବୁଲେଟ ପ୍ରୂଫ ଉପକରଣ, ନାଇଟ ଭିଜନ ଗଗଲ୍ସ ସାମିଲ । ତାଲିବାନ ପାକିସ୍ତାନରେ ତାର ପ୍ରଭାବ ବିସ୍ତାର ପାଇଁ ଉଦ୍ୟମ ଆରମ୍ଭ କରୁଥିବା ରିପୋର୍ଟ ପ୍ରକାଶ ପାଇଛି ।

Leave A Reply

Your email address will not be published.