Latest Odisha News

BREAKING NEWS

ସୁପ୍ରିମକୋର୍ଟଙ୍କ ନିଷ୍ପତି ବିରୋଧରେ ଆମେରିକାରେ ମହିଳାମାନେ କଲେ ସେକ୍ସ ଷ୍ଟ୍ରାଇକ

ନ୍ୟୁୟର୍କ: ଆମେରିକା ସୁପ୍ରିମକୋର୍ଟଙ୍କ ଗର୍ଭପାତ ନିୟମକୁ ନେଇ ଏଠାକାର ମହିଳାମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏପରିକି ସେମାନେ ସେକ୍ସ ଷ୍ଟ୍ରାଇକ ମଧ୍ୟ ଆରମ୍ଭ କରି ଦେଇଛନ୍ତି । ଏହି ନିୟମ ନ ଉଠିଲା ଯାଁଏ ମହିଳାମାନେ ପୁରୁଷମାନଙ୍କ ଶାରୀରିକ ସମ୍ପର୍କ ରଖିବେ ନାହିଁ । ସେମାନଙ୍କର ଏହି ଷ୍ଟ୍ରାଇକ ଏବେ ସୋସିଆଲ ସାଇଟରେ ଟ୍ରେଣ୍ଡ କରିବାରେ ଲାଗିଛି । ସୁପ୍ରିମକୋର୍ଟ ଗର୍ଭପାତ ଆଇନକୁ କଡା କଡି କରି ଦେଇଛନ୍ତି । ଯାହା ଫଳରେ ୨୬ ରାଜ୍ୟରେ ଗର୍ଭପାତ ଉପରେ ପ୍ରତିବନ୍ଧକ ଲାଗିପାରେ । ମହିଳାମାନଙ୍କ କହିବା ଅନୁଯାୟୀ ଗର୍ଭଧାରଣ କରିବା ଆମର ବ୍ୟକ୍ତିଗତ ଅଧିକାର । ଏପରିକି ଆମ ପତିମାନେ ଆମ ଇଚ୍ଛା ବିରୋଧରେ ଗର୍ଭଧାରଣ କରିବା ପାଇଁ ବାଧ୍ୟ କରିପାରିବେ ନାହିଁ ।

ଗର୍ଭପାତ ଆଇନକୁ ନ ଉଠାଇବା ଯାଁଏ ଆମକୁ ସହଯୋଗ କରିବାକୁ ମହିଳାମାନେ ତାଙ୍କ ପୁରୁଷ ବନ୍ଧୁ ଓ ପତିମାନଙ୍କୁ ଅନୁରୋଧ କରିଛନ୍ତି । ଆମେରିକାରେ ଧିରେ ଧିରେ ଏହି ଷ୍ଟ୍ରାଇକକୁ ମହିଳାମାନଙ୍କ ସମର୍ଥନ ବଢ଼ିବାରେ ଲାଗିଛି । ଏରିଜୋନା ରାଜଧାନୀ ବାହାରେ ବିରୋଧ ବଢ଼ିବାରୁ ପୋଲିସ ଲୁହବୁହା ଗ୍ୟାସ ବ୍ୟବହାର କରି ହଟାଇଥିଲା ।

Leave A Reply

Your email address will not be published.