Latest Odisha News

BREAKING NEWS

ଆଗାମୀ ଆର୍ଥିକ ଯୋଜନା ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌

ୱାଶିଂଟନ୍: ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ କରୋନା ମହାମାରୀର ପ୍ରଭାବରୁ ଦେଶକୁ ଉଦ୍ଧାର କରିବା ପାଇଁ ତାଙ୍କର ଅର୍ଥନୈତିକ ଯୋଜନା ପ୍ରକାଶ କରିଛନ୍ତି। ସ୍ୱଚ୍ଛ ଉର୍ଜା, ନିଯୁକ୍ତି ସୃଷ୍ଟି ଏବଂ ନୂତନ ପ୍ରଯୁକ୍ତିବିଦ୍ୟାରେ ବିନିଯୋଗ ଉପରେ ବାଇଡେନ୍‌ ଅଧିକ ଗୁରୁତ୍ୱ ଦେବେ।

ବାଇଡେନ୍‌ ସୋମବାର ନଅ ଜଣ ବ୍ୟବସାୟୀ ଏବଂ ଶ୍ରମିକ ନେତାଙ୍କ ସହ ଏକ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଆ‌ୟୋଜିତ ଏକ ବୈଠକରେ ଏହି ଘୋଷଣା କରିଛନ୍ତି। ମାଇକ୍ରୋସଫ୍ଟର ସତ୍ୟ ନାଡେଲା ଏବଂ GAP Inc. ର ସୋନିଆ ସିଙ୍ଘଲ ମଧ୍ୟ ଏହି ସଭାରେ ସାମିଲ୍‌ ହୋଇଥିଲେ।

Comments are closed.