Latest Odisha News

BREAKING NEWS

ଖୁବ ଶୀଘ୍ର ପଠାନ ୨

ମୁମ୍ବାଇ: ବଲିଉଡର କିଙ୍ଗ ଖାଁ ୪ ବର୍ଷ ପରେ ସିଲଭର ସ୍କ୍ରିନକୁ ପଠାନ ମାଧ୍ୟମରେ ପ୍ରତ୍ୟାବର୍ତନ କରିଥିଲେ । ଏହା ବକ୍ସ ଅଫିସରେ ଝଡ ସୃଷ୍ଟି କରିବା ପରେ ସିଦ୍ଧାର୍ଥ ଆନନ୍ଦ ବେଶ ଉତ୍ସାହିତ ହୋଇ ପଡିଛନ୍ତି । ଦର୍ଶକ ଏହି ଫିଲ୍ମକୁ ପସନ୍ଦ କରିଥିବାରୁ ଖୁବ ଶୀଘ୍ର ପଠାନ ୨ ଉପରେ କାମ ଆରମ୍ଭ ହେବ ବୋଲି କହିଛନ୍ତି । ଶାହାରୁଖ, ଦୀପିକା ପାଦୁକୋନ ଓ ଜନ ଆବ୍ରାହାମଙ୍କୁ ନେଇ ନିର୍ମିତ ପଠାନ ଫିଲ୍ମ ଦେଶ ଓ ବିଦେଶରେ ଧୂମ ମଚାଉଛି । କେଜିଏଫ ୨, ବାହୂବଳୀ ୨କୁ ପଛରେ ପକାଇ ଏହା ଦ୍ରୁତ ୨୦୦କୋଟି ଆୟ କରିବାରେ ରେକର୍ଡ କରିଛି । ପଠାନ ୨୫ ଜାନୁୟାରୀରେ ୮୦୦୦ର ଊର୍ଦ୍ଧ୍ୱ ସ୍କ୍ରିନରେ ରିଲିଜ ହୋଇଥିଲା । ୫ ଦିନ ମଧ୍ୟରେ ଏହା ୫୦୦ କୋଟି ଟଙ୍କା ଆୟ କରିଥିବା ଜଣାପଡିଛି ।

ୟଶରାଜ ପ୍ରଡକ୍ସନ ଏବେ ତାଙ୍କର ସ୍ପାଏ ଫିଲ୍ମଗୁଡିକ ମଧ୍ୟରେ ପରସ୍ପର ସହ ଯୋଡିବା ଆରମ୍ଭ କରିଛନ୍ତି । ପଠାନ ଯେପରି ସଲମାନ ଖାଁ ଏଂଟ୍ରି ହୋଇଥିଲା ସେହିପରି ଟାଇଗର ସିରିଜରେ ଶାହାରୁଖଙ୍କ ପ୍ରତ୍ୟାବର୍ତନ ହେବ । ଏପରିକି ୱାର ଫିଲ୍ମର କଳାକାର ହ୍ରିତିକ ଓ ଟାଇଗରଙ୍କୁ ମଧ୍ୟ ଯୋଡାଯିବା ଆରମ୍ଭ ହୋଇଛି ।

Leave A Reply

Your email address will not be published.