ଭବାନୀପାଟଣା: ସରିଲା କଳାହାଣ୍ଡି ଜିଲାସ୍ତରୀୟ ବାର୍ଷିକ କ୍ରୀଡ଼ା ମହୋତ୍ସବ । ଜୁନାଗଡ଼ ବ୍ଳକ୍ ଅନ୍ତର୍ଗତ କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଆୟୋଜିତ ଉଦ୍ଯାପନୀ ଉତ୍ସବରେ କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ହୃଷିକେଶ ମେହେର ଅଧ୍ୟକ୍ଷତା କରିଥିଲେ । ଏଥିରେ ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ ମୁଖ୍ୟଅତିଥି, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ ମୁଖ୍ୟବକ୍ତା, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଦାମୋଦ ବିଶ୍ୱାଳ, ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୁମନ୍ତ ମାଝୀ, କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ରଂଜନ ପଣ୍ଡା, ଜୁନାଗଡ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବୀଣାପାଣି ସାମନ୍ତ, ଜୟନ୍ତପୁର ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଅସୀମା ଦୋରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବାର୍ଷିକ କ୍ରୀଡା ଯୋଗୁଁ ଅନେକ ପ୍ରତିଭା ଚିହ୍ନଟ ହେଉଛନ୍ତି । ତେଣୁ ଗ୍ରାମାଞ୍ଚଳର ଗରିବ ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ଜାତୀୟ ସ୍ତରରେ ପହଞ୍ଚାଇବା ହିଁ ଏକମାତ୍ର ଲକ୍ଷ୍ୟ ବୋଲି ଜିଲାସ୍ତରୀୟ ବାର୍ଷିକ କ୍ରୀଡାର ଉଦଯାପନୀ ଉତ୍ସବରେ ଅତିଥିମାନେ ମତ ପ୍ରକାଶ କରିଥିଲେ । ଶେଷରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ୨୦୨୨-୨୩ ର କ୍ରୀଡକ୍ଷେତ୍ରରେ ଉତ୍କର୍ଷତା ଲାଭ ପାଇଁ \”ବେଷ୍ଟ ପରର୍ଫମିଙ୍ଗ୍ ସ୍କୁଲ୍ ଫର୍ ସ୍ପୋର୍ଟ୍ସ’ ଭାବେ ଲାଞ୍ଜିଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚାମ୍ପିୟନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କ୍ରୀଡା ଶିକ୍ଷକ ବିଜୟ ନାଏକ, ସୀତାକାନ୍ତ ପ୍ରଧାନ, କୃଷ୍ଣଚନ୍ଦ୍ର ନାୟକ, କାମସେନ୍ ଭୋଇ, ଅମୁଲ୍ୟ ନାଏକ ପ୍ରମୁଖ ସହଯୋଗ କରିଥିଲେ । ଏହାକୁ ମଧୁପୁର ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବେଦବ୍ୟାସ ପ୍ରଧାନ ପରିଚାଳନା କରିଥିଲେ । ଶେଷରେ କୁରୁଗୁଡା ସ୍କୁଲ ଏନ୍ସିସି ଅଫିସର୍ ସନ୍ତୋଷ କୁମାର ମେହେର ଧନ୍ୟବାଦ ଦେଇଥିଲେ ।
BREAKING NEWS
- Vijaya Dashami: ମଣ୍ଡପରେ ମନମୋହୁଛି ମା’ଙ୍କ ମୃଣ୍ମୟୀ ରୂପ…ଆଜି ବିଜୟା ଦଶମୀ; ଅଧର୍ମ ଉପରେ ଧର୍ମର ବିଜୟ, ଶକ୍ତି ଓ ନୂତନ ଆରମ୍ଭର ପବିତ୍ର ପର୍ବ…
- ଡରିବିନି ଡିସେମ୍ବରରେ ବାଂଲାଦେଶ ଯିବି, ‘ଭୟ ମୋର କର୍ତ୍ତବ୍ୟ ସ୍ଥିର କରିପାରିବ ନାହିଁ’ : ହସିନା
- ଅକ୍ଟୋବରରେ ୨୩ରେ ‘ପିପୁଲ୍ ଏଗେନଷ୍ଟ SIR’ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା
- ଶ୍ରୀମନ୍ଦିରରେ ମା’ ବିମଳା ଦେବୀଙ୍କ ବିଶେଷ ନୀତି; କାଲି ସକାଳ ୮ଟାରୁ ଦର୍ଶନ ଆରମ୍ଭ
- ଅକ୍ଟୋବର ୨୦ରୁ ଏହି ୪ ମେମୁ ଟ୍ରେନ୍ ବାତିଲ…
- କମିଶନରେଟ ପୋଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍
- ବଢ଼ିଲା ଅଡ଼ୁଆ; ଆଉ ୨ ଦିନ ଜେଲରେ ବିତାଇବେ CJPର ଆଶୁତୋଷ ରାଙ୍କା ଓ ସୌରଭ ଦାସ
- ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି…
- ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ନୂଆ ଖୁଲାସା; ନାବାଳକ ଅଭିଯୁକ୍ତର ବାପା କହିଲେ – ପୁଅ ଦୁଇ ମାସ ପୂର୍ବରୁ ଘରୁ ଚାଲିଯାଇଥିଲା…
- ଇମ୍ରାନଙ୍କ ପୁଅଙ୍କ ସାକ୍ଷାତକାର ନେଇ ଅଡୁଆରେ ନାସିର ହୁସେନ୍, ମାଇକେଲ ଆର୍ଥଟନ

Comments are closed.