Latest Odisha News

BREAKING NEWS

ମିର୍ଜାପୁର-୩କୁ ଫେରିବ ବିବାଦୀୟ ଚରିତ୍ର ମୁନ୍ନା ତ୍ରିପାଠୀ !

ମୁମ୍ବାଇ: ଯୋଜନା ମୁତାବକ ସୁପରହିଟ୍ ହୋଇଛି ୱେବ୍ ସିରିଜ୍ ମିର୍ଜାପୁରର ଦୁଇଟି ସିଜିନ୍ । ପ୍ରଥମ ସିଜିନ୍‌ରେ ସରିଥିଲା ବିକ୍ରାନ୍ତ ମେସିଙ୍କ ଯାତ୍ରା । ସେହିଭଳି ଦ୍ୱିତୀୟ ସିଜିନରେ ମୁନ୍ନା ଓରଫ ଦିବ୍ୟେନ୍ତୁ ଶର୍ମାଙ୍କ ଚରିତ୍ରର ବି ମୃତ୍ୟୁ ଘଟିଥିଲା ।

ତେବେ ଲୋକଙ୍କ ଡିମାଣ୍ଡରେ ମିର୍ଜାପୁର-୩ରେ କୁଆଡେ ପୁଣିଥରେ ମୁନ୍ନା ଚରିତ୍ର ଫେରିବ । ଏଥିପାଇଁ ଦିବ୍ୟେନ୍ଦୁଙ୍କ ନିର୍ଦ୍ଦୟୀ ଓ ଅମରତ୍ୱର ଭ୍ରମ ସୃଷ୍ଟି କରିଥିବା ମୁନ୍ନା ଚରିତ୍ର କାରଣ ପାଲଟିଛି । ଏହି ଚରିତ୍ର ଏତେ ମାତ୍ରାରେ ପପୁଲାର ହୋଇଛି ଯେ, ଦର୍ଶକ ମୁନ୍ନା ଚରିତ୍ରକୁ ଜୀବିତ କରିବାକୁ ଦାବି କରିଛନ୍ତି । ଶୁଣିବାକୁ ମିଳିଛି ଦର୍ଶକଙ୍କର ଏଭଳି ପ୍ରତିକ୍ରିୟା ଦେଖି ଏହାର ନିର୍ମାତା ପୁଣିଥରେ ସିଜିନ-୩ରେ ମୁନ୍ନା ଚରିତ୍ରର ପ୍ରତ୍ୟାବର୍ତ୍ତନ କରାଇବେ ।

ୱେବ୍ ସିରିଜ୍ ମିର୍ଜାପୁରର ଜଣେ ମୁଖ୍ୟ କଳାକାରଙ୍କ ଅନୁଯାୟୀ ଯେଉଁଠି ଟିଭି ସିରିଜରେ ଏକ ମୃତ ଚରିତ୍ରକୁ ପୁର୍ନଜୀବିତ କରାଯାଇପାରୁଛି, ସେଠି ୱେବ୍ ସିରିଜ୍‌ରେ ଏହା ଅସମ୍ଭବ ନୁହେଁ । ହେଲେ ଏଥିପାଇଁ ସ୍କ୍ରିପ୍ଟ ରାଇଟର୍‌ଙ୍କୁ ଟିକେ ଅଧିକ ପରିଶ୍ରମ କରିବାକୁ ପଡିବ ।

ମିର୍ଜାପୁର-୨ରେ ଦିବ୍ୟେନ୍ଦୁଙ୍କ ସୋସିଓପାଥିକ୍ ଅଭିନୟ ଇଣ୍ଟରନେଟ୍‌ରେ ଭାଇରାଲ୍ ହୋଇଛି । ବଡ ପରଦାରେ ଏହି ଅଭିନେତାଙ୍କୁ ଆମେ ଅନେକ ଫିଲ୍ମରେ ସାଇଡ୍ ରୋଲ୍‌ରେ ଦେଖିବାକୁ ପାଇଥିଲୁ । ହେଲେ ମର୍ଜାପୁର ଭଳି ସିରିଜ୍ ଜରିଆରେ ସେ ନିଜ ପ୍ରକୃତ ଦକ୍ଷତା ପ୍ରତିପାଦିତ କରିପାରିଛନ୍ତି ।

Leave A Reply

Your email address will not be published.