Latest Odisha News

BREAKING NEWS

ଆରପିଏଫ୍ ଏବଂ ଜିଆରପି ଦ୍ୱାରା ପୂର୍ବତଟ ରେଳପଥରେ ଶହେ ସ୍ୱତନ୍ତ୍ର ଟ୍ରେନରେ ହେବ ଏସ୍କରଟିଙ୍ଗ

ଭୁବନେଶ୍ୱର: ଆରପିଏଫ୍ ଏବଂ ଜିଆରପି ଦ୍ୱାରା ପୂର୍ବତଟ ରେଳପଥ ମଧ୍ୟରେ ଏକ ଶହ ସ୍ୱତନ୍ତ୍ର ଟ୍ରେନରେ ଏସ୍କରଟିଙ୍ଗ କରାଯିବ। ଏଥିସହିତ ଗୁରୁତ୍ୱପୂର୍ଣ୍ଣ ଟ୍ରେନରେ ଟ୍ରେନ୍ ଏସ୍କରଟିଙ୍ଗ ଷ୍ଟାଫ୍ ମାନଙ୍କ ପାଖରେ ଏଫଆଇଆର ଫର୍ମ ମଧ୍ୟ ଉପଲବ୍ଧ ରହିବ ବୋଲି ସୂଚନା ମିଳିଛି।

ସୂଚନା ଅନୁଯାୟୀ କୋଚ୍ ନମ୍ବର S-୧ରେ ବର୍ଥ ନମ୍ବର ୬୩ ସୁରକ୍ଷା କର୍ମୀଙ୍କ ପାଇଁ ସ୍ଥିରୀକୃତ ହୋଇଛି। ଟ୍ରେନ୍ ଯାତ୍ରୀମାନେ ବର୍ତ୍ତମାନ ଯାତ୍ରା ସମୟରେ ଯେକୌଣସି ସ୍ଥାନରୁ ଏଫଆଇଆର ଫାଇଲ୍ କରିପାରିବେ।

ଅଭିଯୋଗକାରୀଙ୍କର ଅଭିଯୋଗ ସମ୍ବନ୍ଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଏବଂ ଯାତ୍ରା ସମୟରେ ଯେପରି ହଇରାଣ ନ ହୁଅନ୍ତି, ସେନେଇ ରେଳବାଇ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇଅଛି।

ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ଅସୁରକ୍ଷିତ ତଥା ଚିହ୍ନିତ ଟ୍ରେନ ରୁଟ୍ ମାନଙ୍କରେ ଚଳାଚଳ କରୁଥିବା ଏବଂ ଗୁରୁତ୍ୱପୂର୍ଣ୍ଣ ଟ୍ରେନ ମାନଙ୍କରେ ରେଳ ଯାତ୍ରୀଙ୍କୁ ସୁରକ୍ଷିତ ଯାତ୍ରା ପ୍ରଦାନ କରିବା ପାଇଁ ଏହି ଟ୍ରେନ ମାନଙ୍କରେ ରେଳ ସୁରକ୍ଷା ବଳ (ଆରପିଏଫ୍) ଏବଂ ସରକାରୀ ରେଳ ପୋଲିସ (ଜିଆରପି) ମୁତୟନ କରିବାକୁ ପଦକ୍ଷେପ ନିଆଯାଇଛି।

ଏହି ପରିପ୍ରେକ୍ଷୀରେ, ରେଳ ମନ୍ତ୍ରଣାଳୟ ଆରପିଏଫ୍ ଏବଂ ଜିଆରପି କର୍ମଚାରୀଙ୍କୁ ଟ୍ରେନ୍ ଏସକର୍ଟ କରିବା ପାଇଁ ଶତାବ୍ଦୀ ଏକ୍ସପ୍ରେସର ଏସି ଚେୟାର କାର କୋଚରେ ଗୋଟିଏ ସିଟ୍ (କୋଚ୍ ନମ୍ବର ସି-୪ ରେ ବର୍ଥ ନମ୍ବର ୦୧) ଏବଂ ରାଜଧାନୀ ଏକ୍ସପ୍ରେସର ପାନ୍ଟ୍ରି କାରରେ ଗୋଟିଏ ବର୍ଥକୁ ମଧ୍ୟ ସ୍ଥିରୀକୃତ କରାଯାଇଛି।

ଟ୍ରେନ୍ ଏସକର୍ଟିଙ୍ଗ୍ ଆରପିଏଫ୍/ଜିଆରପି କର୍ମଚାରୀଙ୍କୁ ଏଫ୍ଆଇଆର୍ ଫର୍ମ ଯୋଗାଇ ଦିଆଯାଇଛି। ଏହା ଯାତ୍ରୀମାନଙ୍କୁ ହଇରାଣ ହରକତ ବିନା ସେମାନଙ୍କୁ ଏଫ୍ଆଇଆର୍ ପଞ୍ଜିକରଣ ପାଇଁ ଯାତ୍ରା ବାତିଲ୍ କରିବାକୁ ପଡିବ ନାହିଁ।

ମୋଟାମୋଟି ଭାବେ, ପୂର୍ବ ତଟ ରେଳ ପରିସୀମା ଅଧୀନରେ ଏକ ଶହ ସ୍ୱତନ୍ତ୍ର ଟ୍ରେନ୍ ସୁରକ୍ଷା କର୍ମୀଙ୍କ ଦ୍ୱାରା ଏସ୍କର୍ଟିଂ ବା ପାଟ୍ରୋଲିଂ କରାଯିବ। ଏଥିରେ ଅପ ଦିଗରେ ୨୫ ନିୟମିତ ସ୍ୱତନ୍ତ୍ର ଟ୍ରେନ୍ ଓ ଡାଉନ୍ ଦିଗରେ ୨୬ ସ୍ୱତନ୍ତ୍ର ଟ୍ରେନ୍ ଏବଂ ଅପ ଦିଗରେ ୨୪ ଫେଷ୍ଟିଭାଲ୍ ସ୍ୱତନ୍ତ୍ର ଟ୍ରେନ୍ ଏବଂ ଡାଉନ୍ ଦିଗରେ ୨୫ ଟି ସ୍ୱତନ୍ତ୍ର ଟ୍ରେନ୍ ଅନ୍ତର୍ଭୁକ୍ତ।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ମଧ୍ୟ ରେଳ ପରିସର ତଥା ଟ୍ରେନ୍ ଯାତ୍ରା ସମୟରେ ସାମାଜିକ ବିରୋଧୀ ତଥା ଅପରାଧିକ କାର୍ଯ୍ୟକଳାପ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଶ୍ଚିତ କରିବାକୁ ଉଭୟ ମୁଖ୍ୟାଳୟ ତଥା ରେଳମଣ୍ଡଳ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

 

Leave A Reply

Your email address will not be published.