Latest Odisha News

BREAKING NEWS

ଡ୍ରଗ୍ସ ଚୋରାଚାଲାଣ ଉପରେ ଏନସିବିର କାର୍ଯ୍ୟାନୁଷ୍ଠାନକୁ ଗୃହ ମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କେନ୍ଦ୍ର ସରକାରଙ୍କ ନିଶାଦ୍ରବ୍ୟ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅନୁଯାୟୀ ମୁମ୍ବାଇରେ ଏକ କଥିତ ନିଶାଦ୍ରବ୍ୟ ଚୋରା ଚାଲାଣ ସିଣ୍ଡିକେଟ୍ ଠାବ କରିଥିବାରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)କୁ ପ୍ରଶଂସା କରିଛନ୍ତି। ଏକ୍ସରେ ପୋଷ୍ଟ କରି ଏହି ଅଭିଯାନର ସଫଳତାକୁ ପ୍ରଶଂସା କରି କହିଛନ୍ତି, “ଭାରତର ଡ୍ରଗ୍ ସିଣ୍ଡିକେଟ୍ ବିରୋଧରେ ଏକ ବଡ଼ ସଫଳତା ପାଇଛି। ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ମୁମ୍ବାଇରେ ଏକ ଗୁରୁତ୍ୱପୂର୍ଣ୍ଣ ଡ୍ରଗ୍ ନେଟୱାର୍କ ଭାଙ୍ଗି ଦେଇଛି। ନିଶା ମୁକ୍ତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୁ ବାସ୍ତବ ରୂପ ଦେବା ପାଇଁ ଗ୍ରହଣ କରାଯାଇଥିବା ଏହି ଅନୁସନ୍ଧାନ ସଫଳତାର ଏକ ପ୍ରମାଣ।”

ଏହି ବୃହତ ସଫଳତା ପାଇଁ ଦଳ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ଅଭିନନ୍ଦନ ଜଣାଇଛନ୍ତି ଗୃହମନ୍ତ୍ରୀ। ଜାନୁଆରୀ ୨୦୨୫ ମସିହାରେ ୨୦୦ ଗ୍ରାମ କୋକେନ ଜବତ କରିବା ସମୟରେ ଏନସିବି ମୁମ୍ବାଇ ଦଳ ଦ୍ୱାରା ଆରମ୍ଭ ହୋଇଥିବା ମିଳିତ ପ୍ରୟାସର ଫଳାଫଳ ଏହି ଜବତ ଅଟେ। ଏହି ମାମଲାରେ ମିଳିଥିବା ଗୁପ୍ତଚର ସୂଚନା ଉପରେ କାମ କରିବା ପରେ ଏବଂ ବୈଷୟିକ ତଥା ମାନବୀୟ ସୂଚନା ଆଧାରରେ ଏନସିବିର ମୁମ୍ବାଇ ଜୋନାଲ ୟୁନିଟ୍ (ଏମଜେଡୟୁ) ଶେଷରେ ଚୋରା ଚାଲାଣର ମୂଳରେ ପହଞ୍ଚିଥିଲା ଏବଂ ୩୧.୦୧.୨୦୨୫ରେ ମହାରାଷ୍ଟ୍ରର ନଭି ମୁମ୍ବାଇରୁ ୧୧.୫୪୦ କିଲୋଗ୍ରାମର ଉଚ୍ଚ ମାନର କୋକେନ, ୪.୯ କିଲୋର ହାଇବ୍ରିଡ ଷ୍ଟ୍ରେନ ହାଇଡ୍ରୋପୋନିକ୍‍ ଗଞ୍ଜେଇ ଏବଂ ୨୦୦ ପ୍ୟାକେଟ (୫.୫ କିଲୋଗ୍ରାମ) ଗଞ୍ଜେଇ ଚକୋଲେଟ ଏବଂ ନଗଦ ୧,୬୦,୦୦୦ ଟଙ୍କା ଜବତ କରିଥିଲା ।

ଏହି ମାମଲାରେ, ପ୍ରାଥମିକ ଭାବେ ମୁମ୍ବାଇର ଏକ ଆନ୍ତର୍ଜାତୀୟ କୋରିଅର ଏଜେନ୍ସିରୁ ଏକ ପାର୍ସଲରୁ ଏହା ଜବତ ହୋଇଥିଲା ଯାହା ଅଷ୍ଟ୍ରେଲିଆ ଯିବାକୁ ଥିଲା । ଏନସିବିର ଏମଜେଡୟୁ ବିପୁଳ ପରିମାଣର ଚାଲାଣକୁ ଠାବ କରିବାରେ ସକ୍ଷମ ହୋଇଥିଲା ଯାହା ମହାରାଷ୍ଟ୍ରର ନଭି ମୁମ୍ବାଇରେ ଲୁଚାଇ ରଖାଯାଇଥିଲା । ଏପର୍ଯ୍ୟନ୍ତ କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ସିଣ୍ଡିକେଟ୍ ବିଦେଶରେ ରହୁଥିବା ଏକ ଗୋଷ୍ଠୀ ଦ୍ବାରା ପରିଚାଳିତ ହେଉଛି ଏବଂ ଜବତ ହୋଇଥିବା ନିଷିଦ୍ଧ ସାମଗ୍ରୀର କିଛି ପରିମାଣ ଆମେରିକାରୁ ମୁମ୍ବାଇକୁ ପଠାଯାଇଥିଲା ଏବଂ କୋରିଅର / ଛୋଟ କାର୍ଗୋ ସେବା ଏବଂ ମାନବ ପରିବହନକାରୀଙ୍କ ମାଧ୍ୟମରେ ଭାରତ ତଥା ବିଦେଶର ଏକାଧିକ ଗ୍ରାହକଙ୍କ ନିକଟକୁ ପଠାଯାଉଥିଲା। ଏହି ମାମଲାରେ ଏପର୍ଯ୍ୟନ୍ତ ଚାରି ଜଣଙ୍କୁ ଗିରଫ କରାଯାଇଛି।

Comments are closed.