କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର କେନ୍ଦ୍ରାପଡା- ଗଣ୍ଡାଖିଆ ନିକଟରେ ଆଜି ରବିବାର ସକାଳେ ପୋଲସ ଏନକାଉଣ୍ଟରରେ ଜଣେ କୁଖ୍ୟାତ ଅପରାଧି ଆହତ ହୋଇଥିବାର ସୂଚନା ମିଳିଛି ।
କୁଖ୍ୟାତ ଅପରାଧି ଜଣକ ସେକ୍ ମହତାବ ବୋଲି ଜଣାପଡ଼ିଛି ।
ତାକୁ ଧରିବାକୁ ଗଲାବେଳେ ସେ ପୋଲିସ ଉପରକୁ ଆଖିବୁଜା ଗୁଳିଚାଳନା କରି ଘଟଣାସ୍ଥଳରୁ ଖସିଯିବାକୁ ଚେଷ୍ଟା କରିଥିଲା ।ପୋଲିସର ପାଲଟା ଜବାବରେ ତାର ୨ଟି ଆଣ୍ଠୁରେ ଗୁଳି ବାଜିଥିଲା ।
ପରେ ତାକୁ ଚିକିତ୍ସା ନିମନ୍ତେ ପୋଲିସ କଟକ ବଡ ମେଡିକାଲରେ ଭର୍ତ୍ତି କରାଇଛନ୍ତି ।
Comments are closed.