ଭୁବନେଶ୍ୱର: ଶୁକ୍ରବାରଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେ ଆସନ୍ତାକାଲି ୧୦ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ । ଏହାପରେ ପ୍ରଥମେ ଲୋକସେବା ଭବନରେ ଆୟୋଜିତ ହେବାକୁ ଥିବା ପୂର୍ବ ଭାରତ ରଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ଯୋଗଦେବେ।
ଏହାପରେ ଜନତା ମଇଦାନରେ ଆୟୋଜିତ ସଭା କାର୍ଯ୍ୟରେ ଯୋଗଦେଇ ସିଏଏ ଓ ଏନ୍ଆର୍ସିକୁ ନେଇ ଲୋକଙ୍କୁ ସଚେତନ କରିବେ । ସନ୍ଧ୍ୟାରେ ହୋଟେଲ ମେ ଫେୟାରରେ ବିଜେପି କର୍ମୀଙ୍କ ସହ ଆଲୋଚନା କରିବେ ଗୃହମନ୍ତ୍ରୀ । ଏହା ପରେ ସେ ପୁରୀ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି । ୨୯ ତାରିଖ ସକାଳୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଏବଂ ପରେ ଦିନ ୧୧ଟାରେ ଭୁବନେଶ୍ୱର ପହଂଚି ଲିଙ୍ଗରାଜ ମନ୍ଦିର ଯିବେ ଅମିତ ଶାହା । ଏହାପରେ ଅପରାହ୍ନରେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲର ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ଦିଲ୍ଲୀ ଫେରିଯିବେ ।
BREAKING NEWS
- ରଣଜୀ ଟ୍ରଫି: ଓଡ଼ିଶାର ଭଲ ଆରମ୍ଭ ପରେ ମଜବୁତ ସ୍ଥିତିକୁ ଫେରିଲା କେରଳ, ସଚିନ୍ ବେବିଙ୍କ ଶତକ
- ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ କାରକୁ ଗୁଳିମାଡ଼
- ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ୍ରେ ୧୦୦ ବର୍ଷର ଐତିହାସିକ ରେକର୍ଡ
- ଶୀତଳା ମାତା ମନ୍ଦିର ଦୁର୍ଘଟଣା; ଡ୍ରାଇଭରଙ୍କୁ ଜଣାନଥିଲା ରାସ୍ତା, ଗୁଗୁଲ୍ ମ୍ୟାପ୍ ପାଇଁ…
- ପ୍ରାଚୀନ ମିଶରରେ ବିରାଡ଼ିଙ୍କୁ ମାରିଲେ ମିଳୁଥିଲା ମୃତ୍ୟୁଦଣ୍ଡ — ଜାଣନ୍ତୁ କାହିଁକି ରହିଥିଲା ଏଭଳି କଡ଼ା କାନୁନ୍?
- ବାଲିଯାତ୍ରା ପଡ଼ିଆ ନିକଟରୁ ନାବାଳକ ମୃତଦେହ ଉଦ୍ଧାର, ହତ୍ୟା ଷଡ଼ଯନ୍ତ୍ର…
- ଭାରତ ସିରିଜ୍ରୁ ୨୮୫ କୋଟି ଟଙ୍କା ରୋଜଗାର, କିନ୍ତୁ ୱେଷ୍ଟଇଣ୍ଡିଜ୍ ପାଇବ ଶୂନ
- Maa Manikeswari’s Chhatra Yatra:ପ୍ରସିଦ୍ଧ ଛତରଯାତ୍ରା ପାଇଁ ପ୍ରସ୍ତୁତ ଭବାନୀପାଟଣା;ନଜର ରଖିବ ୨୫ଟି ସିସିଟିଭି,ଡ୍ରୋନ୍
- ହାର୍ଦ୍ଦିକଙ୍କ ବିକଳ୍ପ ଖୋଜିବା ବନ୍ଦ କରିବାକୁ ପୂର୍ବତନ ଅଧିନାୟକ ଗାଭାସ୍କରଙ୍କ ଟିମ୍ ଇଣ୍ଡିଆକୁ ପରାମର୍ଶ
- ଖୋର୍ଦ୍ଧାରୁ ୫୫୦୦ ବୋତଲ କୋରେକ୍ସ ସହ ୧୦ ଗିରଫ

Comments are closed.