Latest Odisha News

BREAKING NEWS

ଗମ୍ଭୀର କହିଲେ, ଆଇବି ଅଧିକାରୀ ହତ୍ୟା ଘଟଣାରେ କେଜରିୱାଲଙ୍କ ନୀରବତା ଚିନ୍ତାଜନକ

ନୂଆଦିଲ୍ଲୀ: ଗୋଇନ୍ଦା ବିଭାଗ ଅଧିକାରୀଙ୍କ ମୃତୁ୍ୟ ଘଟଣାରେ ବିଜେପି ସାଂସଦ ଗୌତମ ଗମ୍ଭୀର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନୀରବତା ଚିନ୍ତାଜନକ ଓ ଭୟଙ୍କର ବୋଲି କହିଛନ୍ତି । ଆପର ପାର୍ଷଦ ତାହିର ହୁସେନ ଏହି ହତ୍ୟକାଣ୍ଡରେ ଜଡିତ ଥିବା ପ୍ରାରମ୍ଭିକ ପୋଲିସ ରିପୋର୍ଟରୁ ଅନୁମାନ କରାଯାଉଛି । ତେବେ ଏ ନେଇ କେଜରିୱାଲ କୌଣସି ମନ୍ତବ୍ୟ ଦେଇ ନାହାନ୍ତି ।

ଯାହାକୁ ନେଇ ଗମ୍ଭୀର ପ୍ରଶ୍ନ କରିଛନ୍ତି । ଆପଣଙ୍କର ଜଣେ ପାର୍ଷଦ ଘରୁ ପେଟ୍ରୋଲ ବୋମା, ପଥର ମିଳିବା, ଦଙ୍ଗାସୃଷ୍ଟିକାରୀଙ୍କୁ ଘରେ ସ୍ଥାନ ଦେବା ନିଶ୍ଚିତ ଭାବେ ଚିନ୍ତାଜନକ । ତାହିର ହୁସେନଙ୍କୁ କାନୁନ, ଭଗବାନ କିମ୍ବା ଜନତା କେବେ ହେଲେ କ୍ଷମା କରିବେ ନାହିଁ ବୋଲି ଗମ୍ଭୀର କହିଛନ୍ତି ।

Leave A Reply

Your email address will not be published.