Latest Odisha News

BREAKING NEWS

କରୋନା ମୁକ୍ତ ହେଲେ ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: କରୋନାରୁ ମୁକ୍ତ ହେଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ସେ ନିଜେ ଏ ନେଇ ଟ୍ୱିଟ୍ କରି ଜଣାଇଛନ୍ତି କରି ଜଣାଇଛନ୍ତି । ସେ ଲେଖିଛନ୍ତି ଯେ, ‘ଆଜି ମୋର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ଏଥି ପାଇଁ ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଜଣାଇବା ସହିତ ମୋର ଶୁଭେଚ୍ଛୁ ଯେଉଁମାନେ ମୋ ପାଇଁ ଆରୋଗ୍ୟ କାମନା କରିଥିଲେ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ଆଉ କିଛି ଦିନ ହୋମ ଆଇସୋଲେସନରେ ରହିବି ।’

ଏଥି ସହ ମେଦାନ୍ତ ହସ୍ପିଟାଲର ଡାକ୍ତର ଓ ନର୍ସମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଅମିତ ଶାହ ।

ଗତ ୨ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଅମିତ ଶାହଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Leave A Reply

Your email address will not be published.