Latest Odisha News

BREAKING NEWS

ନାବାଳିକାଙ୍କୁ ବିବାହ କରି ଫସିଲେ ପାକିସ୍ତାନର ଏମପି ସଲ୍ଲାଉଦ୍ଦିନ

ଇସଲାମବାଦ: ୧୪ ବର୍ଷୀୟା ଜନୈକ ନାବାଳିକାଙ୍କୁ ବିବାହ କରି ଫସିଛନ୍ତି ପାକିସ୍ତାନ ଏମପି ମୌଲାନା ସଲ୍ଲାଉଦ୍ଦିନ ଆୟୁବି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ବାଲୁଚିସ୍ତାନର ଏହି ଏମପିଙ୍କ ବିରୋଧରେ ମହିଳାଙ୍କ ପାଇଁ କାର୍ଯ୍ୟ କରୁଥିବା ଏକ ସ୍ୱେଚ୍ଛାସେବୀ ସଂଗଠନ ପ୍ରଥମେ ଅଭିଯୋଗ ଆଣିଥିଲା । ସ୍କୁଲ ରେକର୍ଡରେ ବାଳିକାଙ୍କ ଜନ୍ମ ୨୦୦୬ ଅକ୍ଟୋବର ୨୮ରେ ହୋଇଥିବା ଉଲ୍ଲେଖ ରହିଛି ।

ଜାମିଆତ-ଉଲେମା-ଇ-ଇସଲାମର ଏମପି ସଲ୍ଲାଉଦ୍ଦିନଙ୍କ ବୟସ ୫୦ରୁ ଊର୍ଦ୍ଧ୍ୱ ହେବ । ପାକିସ୍ତାନରେ ୧୬ ବର୍ଷରୁ କମ୍ ବୟସ୍କ ବାଳିକାଙ୍କୁ ବିବାହ କରାଯାଇ ପାରିବ ନାହିଁ ବୋଲି ନିୟମ ରହିଛି ।

Leave A Reply

Your email address will not be published.