Latest Odisha News

BREAKING NEWS

ପିପିଇ କିଟ୍‌ରେ ବିଗ ବି, ଆରମ୍ଭ ହେଲା କେବିସି-୧୨ ସୁଟିଂ

ମୁମ୍ବାଇ: ନୀଳ ରଙ୍ଗର ପିପିଇ କିଟ୍ ଭିତରେ ବଲିଉଡ୍ ସୁପରଷ୍ଟାର । କ୍ରୁ ମେମ୍ବର ବି ପିପିଇ କିଟ ଭିତରେ ତୟାର । ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ଆଉ ଦମଦାର ଡାଏଲଗ ସହ ଆରମ୍ଭ ହେଲା ଟିଭି ଜଗତର ସୁପରହିଟ୍ ରିଆଲିଟି ସୋ କେବିସି-୧୨ର ସୁଟିଂ । କରୋନାକୁ ମାତ୍ ଦେବା ପରେ କୌନ ବନେଗା କରୋଡପତି ସୁଟିଂ ସେଟ୍‌କୁ ଫେରିଛନ୍ତି ଅମିତାଭ ବଚ୍ଚନ । ନିଜେ ଅମିତାଭ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।

ଟ୍ୱିଟ୍ ସହ ଏକ ଫଟୋ ସେୟାର କରି ବିଗ୍ ବି ଲେଖିଛନ୍ତି ଯେ, ସେ ପୁଣିଥରେ କାମକୁ ଫେରିଛନ୍ତି । ପିପିଇ କିଟରେ କେବିସି-୧୨ର ସୁଟିଂ ଆରମ୍ଭ ହୋଇଛି । ୨୦୦୦ରେ ଆରମ୍ଭ ହୋଇଥିବା ଏହି ଟିଭି ସିରିଜ୍ ଏବେ ୨୦୨୦ରେ ପହଁଚିଛି । ୨୦ ବର୍ଷର ଏହି ଅଭିଜ୍ଞତା ସବୁବେଳେ ମନେ ରହିବ ବୋଲି ବିଗ ବି ଟ୍ୱିଟ୍ କରିଛନ୍ତି ।

କେବିସି-୧୨ ସୁଟିଂ ସମୟରେ ଟିମ୍‌ର ସମସ୍ତ ସଦସ୍ୟ ସବୁ ପ୍ରକାରର ସୁରକ୍ଷା ଆପଣାଇଥିବା ଏବଂ ସର୍ବାଧିକ ସତର୍କ ରହିଥିବା ଟ୍ୱିଟ୍ କରିଛନ୍ତି ୭୭ ବର୍ଷିୟ ଏହି ବଲିଉଡ୍ ମେଗାଷ୍ଟାର । ମେ ମାସରେ ନିଜ ଘରେ ଅମିତାଭ କେବିସି-୧୨ର ସୁଟିଂ ଆରମ୍ଭ କରିଥିଲେ । ତେବେ ଜୁଲାଇରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଲୀଳାବତୀ ହସପିଟାଲରେ ପ୍ରାୟ ତିନି ସପ୍ତାହ ଧରି ଚିକିତ୍ସିତ ହୋଇଥିଲେ । ନିକଟରେ କରୋନାରୁ ସୁସ୍ଥ ହୋଇଛନ୍ତି ଅମିତାଭ ବଚ୍ଚନ । ଏବେ ଆରମ୍ଭ ହୋଇଛି କେବିସିର ସୁଟିଂ ।

Leave A Reply

Your email address will not be published.