Latest Odisha News

BREAKING NEWS

କୋଚିଂ ସେଣ୍ଟର ଖୋଲିବା ନେଇ ରାଜ୍ୟପାଳଙ୍କୁ ଦାବିପତ୍ର

ଭୁବନେଶ୍ୱର: ବିଭିନ୍ନ ସ୍କୁଲରେ ଶିକ୍ଷା ଗ୍ରହଣ କଲେ ମଧ୍ୟ ଛାତ୍ରଛାତ୍ରୀ ଟ୍ୟୁସନ୍ ଓ କୋଚିଂ ସେଣ୍ଟର ଉପରେ ନିର୍ଭର କରିଥାନ୍ତି । କରୋନା ମହାମାରୀ ଲକ୍ ଡାଉନ୍ ଯୋଗଁ ଶିକ୍ଷାର ବିକାଶ ଉପରେ ପ୍ରଭାବ ପକାଇଛି । କେବଳ ବିଦ୍ୟାଳୟର ଅନ୍ ଲାଇନ୍ ପାଠରେ ଛାତ୍ରଛାତ୍ରୀଙ୍କ ଅଧିକ ବିକାଶ ହୋଇ ପାରିବ ନାହିଁ । ଛାତ୍ରଛାତ୍ରୀଙ୍କ ଶିକ୍ଷା ଗ୍ରହଣରେ କୋଚିଂ ସେଣ୍ଟରର ବଡ଼ ଭୂମିକା ରହିଛି । ତେଣୁ କୋଚିଂ ସେଣ୍ଟର ଖୋଲିବାକୁ ସରକାର ଅନୁମତି ପ୍ରଦାନ କରନ୍ତୁ। ଏଭଳି ଦାବି କରିଛି ଓଡ଼ିଶା କୋଚିଂ ଏଣ୍ଡ୍ ଟ୍ରେନିଂ ଏକାଡେମୀକ୍ ଆସୋସିଏସନ୍  ।

ଖାଲି ଏତିକି ନୁହେଁ  । କୋଚିଂ ସେଣ୍ଟରରେ ବିଭିନ୍ନ ସମୟରେ ପରୀକ୍ଷା କରାଇ ଛାତ୍ରଛାତ୍ରୀଙ୍କର ଦକ୍ଷତା ବିକାଶ ସହ ସେମାନଙ୍କୁ ସୁଦୃଢ଼ ଶିକ୍ଷା ପ୍ରଦାନ କରାଯାଇଥାଏ । ବର୍ତ୍ତମାନ ଟ୍ୟୁସନ୍ ଓ କୋଚିଂ ବନ୍ଦ ହେବା ଦ୍ୱାରା କୋଚିଂ ସେଣ୍ଟରର ଘର ଭଡ଼ା ଦେବାକୁ ବଡ଼ ସମସ୍ୟା ହେଉଛି। ଅଗଣିତ ଶିକ୍ଷିତ ବେକାରଙ୍କର ରୋଜଗାର ପନ୍ଥା ମଧ୍ୟ ବନ୍ଦ ହୋଇଯାଇଛି ।

ତେଣୁ ନିୟମରେ କୋହଳ କରି କୋଚିଂ ସେଣ୍ଟର ଚାଲୁ କରିବା ନେଇ ଅନୁରୋଧ କରିବା ସହ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଓଡ଼ିଶା କୋଚିଂ ଆଣ୍ଡ୍ ଟ୍ରେନିଂ ଏକାଡେମୀକ୍ ଆସୋସିଏସନର ସଭାପତି ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ପ୍ରସନ୍ନ କୁମାର ଚୌଧୁରୀ, ସମ୍ପାଦକ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ପ୍ରଭାତ ତ୍ରିପାଠୀଙ୍କ ସମେତ ଅନ୍ୟ କିଛି ଶିକ୍ଷାବିତ୍   ।

Leave A Reply

Your email address will not be published.