Latest Odisha News

BREAKING NEWS

ଆରଟେମିିନ କଳା ସଂସ୍ଥାର ଅନଲାଇନ ଆଲୋଚନା ଚକ୍ର

ଭୁବନେଶ୍ୱର : ବିଶିଷ୍ଟ କଳା ଅନୁଷ୍ଠାନ ‘ଆରଟେମିିନ କଳା ସଂସ୍ଥା’ ଆନୁକୂଲ୍ୟରେ “ରସ ଉପରେ ରଙ୍ଗର ପ୍ରଭାବ” ଶୀର୍ଷକରେ ଏକ ଭର୍ଚୁଆଲ କଳା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।

ଆଦିତ୍ୟ କୁମାର ଜେନା ଓ ଶତ୍ରୁଘ୍ନ ସାହୁଙ୍କ ଉପସ୍ଥାପନା ଏବଂ କବିତା ମଞ୍ଜରୀଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ନବୀନ କୁମାର ପରିଡ଼ା ମୁଖ୍ୟବକ୍ତା ଭାବରେ ଏବଂ ବିଶିଷ୍ଟ ଶିଳ୍ପୀ ବ୍ରଜ କିଶୋର ଜେନା ଯୋଗ ଦେଇଥିଲେ ।

କଳା କ୍ଷେତ୍ରରେ ଦର୍ଶନ କଳା ଓ ଗନ୍ଧର୍ବ କଳା ସେ ଯାହା ବି ହୋଇଥାଉ ସେଥିରେ ରଙ୍ଗ ଏବଂ ରସର ପ୍ରୟୋଗ କିପରି ଭାବରେ ଗୁରୁତ୍ୱପୂର୍ଣ୍ଣ ଓ ତାହା ଯୁବ ଶିଳ୍ପୀମାନଙ୍କ ପାଇଁ କେତେ ଉପାଦେୟ ; ତାର ବିଭିନ୍ନ ଦିଗ ଉପରେ ଅତିଥିମାନେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଆୟୋଜିତ ହୋଇଥିବା ପ୍ରଶ୍ନୋତ୍ତର ବିଭାଗ କଳାପ୍ରେମୀଙ୍କ ମନରୁ ଅନେକ ସଂଶୟ ଦୂର କରିବାରେ ସହାୟକ ହୋଇଥିଲା ।

ଏହି କାର୍ଯ୍ୟକ୍ରମ ଡଲି ଜନୀ, ସମରେନ୍ଦ୍ର ବେହେରା, ଅଜିତ୍ କୁମାର ମାନ୍ନା, ଯଶସ୍ୱିନୀ ପଟ୍ଟନାୟକ,ଜ୍ୟୋତି, ସତ୍ୟବ୍ରତ ,ବିପିନ ବିହାରୀ ଓଝା ଏବଂ ମନୋରଞ୍ଜନ ପାତ୍ର ପ୍ରମୁଖଙ୍କ ସହଯୋଗରେ ଆୟୋଜିତ ହୋଇଥିବା ବେଳେ ଏଥିରେ ଓଡ଼ିଶାର ବିଭିନ୍ନ କଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ବହୁ କଳା ପ୍ରେମୀ ଅନଲାଇନ ମାଧ୍ୟମରେ ଯୋଗ ଦେଇଥିଲେ । ସଭାକାର୍ଯ୍ୟ ଶେଷରେ ଧର୍ମାଶିଷ   ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.