Latest Odisha News

BREAKING NEWS

ବ୍ୟାୟାମ କରୁ କରୁ ଟଳି ପଡ଼ିଲେ ଟେଲି ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ

ଆଉ ନାହାନ୍ତି ଟେଲି ଭିଜନର ଜଣାଶୁଣା ଅଭିନେତା  ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ ।  ସକାଳୁ ସକାଳୁ ଜିମ୍ ଯାଇଥିଲେ  । ବ୍ୟାୟାମ କରୁଥିଲେ, ହଠାତ୍ ଟଳିପଡିଲେ । ପରେ ତାଙ୍କୁ ଡାକ୍ତରଖାନା ନିଅ ଯାଇଥିଲା  । ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତର ପ୍ରାୟ ୪୫ ମିନିଟ ଧରି  ଚେଷ୍ଟା କରିଥିଲେ । ହେଲେ ବିଫଳ ହୋଇଥିଲେ । ୪୬ ବର୍ଷୀୟ ସିଦ୍ଧାନ୍ତଙ୍କ ଅକାଳ ବିୟୋଗରେ ଟେଲିଭିଜନ ଜଗତରେ ଶୋକର ଛାୟା ଖେଳିଯାଇଛି

ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ମୃତ୍ୟୁ ଖବର ଟିଭି ଅଭିନେତା ଜୟ ଭାନୁଶାଲୀ ଦେଇଛନ୍ତି । ଜୟ ତାଙ୍କର ସୋସିଆଲ ମିଡିଆରେ ସିଦ୍ଧାନ୍ତଙ୍କ ଫଟୋ ପୋଷ୍ଟ କରିଲେଖିଛନ୍ତି, “ଭାଇ ତମେ ବହୁତ ଶୀଘ୍ର ଚାଲିଗଲ” । ଡିସେମ୍ବର ୧୫ ତାରିଖରେ ନିଜର ଜନ୍ମଦିନ ପାଳିଥାନ୍ତେ ସିଦ୍ଧାନ୍ତ । ହେଲେ ତା ପୂର୍ବରୁ ଚାଲିଗଲେ ଅଫେରା ରାଇଜକୁ ।

ମଡେଲିଂରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ ସିଦ୍ଧାନ୍ତ । ଟେଲି ସିରିଏଲ କୁସୁମରେ ଡେବ୍ୟୁ କରିଥିବା ସିଦ୍ଧାନ୍ତ  କସୗଟି ଜିନ୍ଦଗୀ କି, କ୍ରିଷ୍ଣା ଅର୍ଜୁନ, କ୍ୟା ଦିଲ୍ ମେ ହେଁ,  ବାରିସ” ଏବଂ “ସୂର୍ଯ୍ୟପୁତ୍ର କର୍ଣ୍ଣ”  ଆଦି ଟେଲି ସିରିଏଲରେ ଅଭିନୟ କରି ଦଶର୍କଙ୍କ ମନ ଛୁଇଁ ପାରିଥିଲେ ।

 

 

 

Leave A Reply

Your email address will not be published.