Latest Odisha News

ଫିରୋଜାବାଦରେ ଜର୍ମାନ ସେଫାର୍ଡ ଆକ୍ରମଣରେ ଶିଶୁ ଗୁରୁତର

ଫିରୋଜାବାଦ: ଫିରୋଜାବାଦରେ ୭ ବର୍ଷର ଶିଶୁକୁ ଜର୍ମାନ ସେଫର୍ଡ କୁକୁରର ଆକ୍ରମଣ । ଶିଶୁଟି ଗୁରୁତର ଭାବେ ଆହତ ହୋଇଛି । ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶିଶୁଟି ଘର ବାହାରେ ଖେଳୁଥିବାବେଳେ କୁକୁରଟି ଆକ୍ରମଣ କରିଥିଲା ।

ପୋଷା କୁକୁରଙ୍କ ଆକ୍ରମଣ ଘଟଣା ଥମିବାର ନାଁ ଧରୁନି । ଫିରୋଜାବାଦର ଗାନ୍ଧିନଗରରେ ପୁଣି ଏପରି ଘଟଣା ବ୍ୟଥିତ କରିଛି । ଏହା ପୂର୍ବରୁ ଅକ୍ଟୋବର ୧୮ ତାରିଖରେ ନୋଏଡାରେ ଏକ ଶିଶୁକୁ ଆକ୍ରମଣ କରିଥିଲା ପୋଷା କୁକୁର । ଡାକ୍ତରଖାନାରେ ଚିକିତ୍ସା ବେଳେ ତାର ମୃତ୍ୟୁ ହୋଇଥିଲା । ସେପ୍ଟେମ୍ୱର ୭ ତାରିଖରେ ଗାଜିଆବାଦରେ ସପ୍ତମ ଶ୍ରେଣୀର ଏକ ଛାତ୍ର ଟ୍ୟୁସନରୁ ଫେରିବା ବେଳେ ବୁଲା କୁକୁରଙ୍କ ଆକ୍ରମଣର ଶିକାର ହୋଇଥିଲା ।

Leave A Reply

Your email address will not be published.