Latest Odisha News

ନଦୀ ପଠାରୁ ଉଦ୍ଧାର ହେଲା ପ୍ରାଚୀନ ମୂର୍ତ୍ତି ଓ କୀର୍ତ୍ତିରାଜି

ଯାଜପୁର: ନଦୀ ପଠାରୁ ଉଦ୍ଧାର ହେଲା ପ୍ରାଚୀନ ମୂର୍ତ୍ତି ଓ କୀର୍ତ୍ତିରାଜି । ଯାଜପୁର ବ୍ଲକ କୁଞ୍ଜବିହାରୀପୁର ନିକଟରୁ ବୈତରଣୀ ନଦୀ ଗର୍ଭରୁ ବାଲି ଖନନ ହେଉଥିଲା । ଏହି ସମୟରେ ପୁରାତନ ଦେବାଦେବୀଙ୍କ ମୂର୍ତ୍ତି ଉଦ୍ଧାର ହୋଇଛି । ଯାହାକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଛି ।

ପୂର୍ବରୁ ବାଲି ଖନନ ପରେ ପଥରଖଣ୍ଡ ମିଳିଥିଲା । ଏହାପରେ ପ୍ରାଚୀନ ମୂର୍ତ୍ତି ମିଳିଥିଲା । ୪ରୁ ୫ଫୁଟ ଉଚ୍ଚତାର ଏକ ବୁଦ୍ଧ ମୂର୍ତ୍ତି ଉଦ୍ଧାର ହୋଇଛି । ଏହାସହ ଅନ୍ୟ ଏକ ହନୁମାନ ମନ୍ଦିରର ଭଗ୍ନାଂଶ ମଧ୍ୟ ଉଦ୍ଧାର ହୋଇଛି । ବାଲି ତଳେ କୌଣସି ମନ୍ଦିରର ଭଗ୍ନାଂଶ ରହିଥିବା ଅନୁମାନ କରାଯାଉଛି । ତେବେ ଏହାର ରକ୍ଷଣାବେକ୍ଷଣ କରିବା ସହିତ ଅଧିକ ଖନନ କରିବାକୁ ଦାବି ହୋଇଛି ।

Leave A Reply

Your email address will not be published.