Latest Odisha News

BREAKING NEWS

ବିନା ଦର୍ଶକରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ

ସେଂଚୁରିଆନ: ଦକ୍ଷିଣ ଆଫ୍ରିକାରେ ଓମିକ୍ରନ କାୟା ବିସ୍ତାର କରୁଥିବାରୁ ସ୍ଥାନୀୟ ସରକାର ଏବଂ କ୍ରିକେଟ ବୋର୍ଡ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ୨୬ ଡିସେମ୍ବରରୁ ଖେଳାଯିବାକୁ ଥିବା ପ୍ରଥମ କ୍ରିକେଟ ଟେଷ୍ଟ ବିନା ଦର୍ଶକରେ ଖେଳାଯିବ । ଷ୍ଟାଡିୟମ ଆସୋସିଏଶନ ଓ ପଦାଧିକାରୀ ଉପସ୍ଥିତ ରହିବେ ।

ଦ୍ୱିତୀୟ ଏବଂ ତୃତୀୟ ଟେଷ୍ଟ ନେଇ କୌଣସି ଘୋଷଣା କରାଯାଇ ନାହିଁ । ଭାରତୀୟ ଦଳ ମୁମ୍ବାଇରେ ୩ ଦିନ ଏବଂ ଦକ୍ଷିଣ ଆଫ୍ରିକାରେ ଗୋଟିଏ ଦିନ କ୍ୱାରେଂଟାଇନରେ ରହିଥିଲେ । ଏବେ ଟିମ ଇଣ୍ଡିଆ ସେଠାରେ ନୂତନ କୋଚ ରାହୁଲ ଦ୍ରାବିଡଙ୍କ ସହ ଜୋରଦାର ଅଭ୍ୟାସ ଜାରୀ ରଖିଛି ।

Leave A Reply

Your email address will not be published.