Latest Odisha News

BREAKING NEWS

କୋଟିଆରେ ଆନ୍ଧ୍ର ନିର୍ବାଚନ ଘୋଷଣା;ରୋକିବା ପାଇଁ ଓଡିଶା ପକ୍ଷରୁ ସୀମାନ୍ତରେ ପୋଲିସ ଚେକ୍ ପୋଷ୍ଟ

ଭୁବନେଶ୍ବର:କୋଟିଆରେ ଆନ୍ଧ୍ର ଆସନ୍ତା ନଭେମ୍ବର ୩ ତାରିଖରେ ନିର୍ବାଚନ କରିବ ବୋଲି ଘୋଷଣା କରିଛି। ନିର୍ବାଚନ ଘୋଷଣା କରିବା ପରେ ଓଡିଶା-ଆନ୍ଧ୍ର ମଧ୍ୟରେ ବିବାଦ ପୁଣି ତେଜିଛି। । ଓଡିଶା- ଆନ୍ଧ୍ର ସୀମାନ୍ତରେ ପୋଲିସ ଚେକ୍ ପୋଷ୍ଟ ସ୍ଥାପନ କରିଛି । କୋରାପୁଟ ଏସପିଙ୍କ ନିର୍ଦେଶରେ କୋଟିଆରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏସଡିପିଓ ସଞ୍ଜୟ ମଣ୍ଡଳଙ୍କ ନେତୃତ୍ବରେ ସୀମାନ୍ତରେ ଚେକ୍ ପୋଷ୍ଟ ସ୍ଥାପନ କରାଯାଇଛି ।

ନେରେଡିବାଲସା ଓ ଫାଟୁସିନେରିରେ ପୋଲିସ ମୃତୟନ କରାଯାଇଛି। ଚେକ୍ ପୋଷ୍ଟରେ ଗାଡିଗୁଡିକ ଯାଞ୍ଚ କରାଯାଇଛି ।

କୋଟିଆରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ଘୋଷଣା କରିବା ପରେ ଓଡିଶା ପକ୍ଷରୁ ବିରୋଧ କରାଯାଇଛି। ନିର୍ବାଚନ ରୋକିବା ପାଇଁ ଓଡିଶା ପକ୍ଷରୁ ପଦକ୍ଷେପ ନିଆଯାଉଛି। ଆନ୍ଧ୍ରର ଏପରି ପଦକ୍ଷେପ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ବୋଲି ଦର୍ଶାଇ କୋରାପୁଟ ଜିଲ୍ଲାପାଳ ଓ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

Leave A Reply

Your email address will not be published.