Latest Odisha News

BREAKING NEWS

ଆନ୍ଧ୍ରପ୍ରଦେଶରେ ୧୪୯ ଦିନରେ ଦୁଇ ଲକ୍ଷ ଟପିଲା କରୋନା କେସ୍

ଆନ୍ଧ୍ରପ୍ରଦେଶରେ କାୟା ମେଲାଇ ଚାଲିଛି କରୋନା । ପ୍ରତିଦିନ ୧୦ ହଜାର ଉପରେ ବାହାରୁଛି ପଜିଟିଭ୍ କେସ୍ । ଆଜି ଚିହ୍ନଟ ହୋଇଛନ୍ତି ଆଉ ୧୦ ହଜାର ୮୨୦ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଆନ୍ଧ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୨୭ ହଜାରକୁ ବୃଦ୍ଧି ପାଇଛି ।

ସଂକ୍ରମଣ ସହ ଆନ୍ଧ୍ରପ୍ରଦେଶରେ ମୃତ୍ୟୁସଂଖ୍ୟା ବି ବଢ଼ି ବଢ଼ି ଚାଲିଛି । ଦୁଇ ହଜାରରୁ ଅଧିକ ଲୋକଙ୍କ ପ୍ରାଣ ନେଲାଣି କରୋନା । ଆଜି ଆଉ ୯୭ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।

ମାର୍ଚ୍ଚ ୧୨ ତାରିଖରେ ଆନ୍ଧ୍ରପ୍ରଦେଶରେ ପ୍ରଥମ କରୋନା କେସ୍ ବାହାରିଥିଲା । ମାତ୍ର ୧୪୯ ଦିନ ଭିତରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ଟପିଯାଇଛି । ବିଶେଷ କରି ଗତ ତିନି ସପ୍ତାହ ଭିତରେ ଉପରୁମହାଁ ହୋଇଛି ଆନ୍ଧ୍ରର କରୋନା ଗ୍ରାଫ ।

Leave A Reply

Your email address will not be published.