Latest Odisha News

BREAKING NEWS

ମମତାଙ୍କ ରାଲୀରେ ଷଣ୍ଢ ଉପଦ୍ରବ, ଅଳ୍ପକେ ବଂଚିଲେ ମୁଖ୍ୟମନ୍ତ୍ରୀ

କୋଲକାତା: ଚଳିତ ପଶ୍ଚିମବଙ୍ଗ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ପାଇଁ ପ୍ରଚାର ଜୋର ସୋରରେ ଚାଲିଛି । ତେବେ ଟିଏମସି ମୁଖ୍ୟ ମମତା ବାନାର୍ଜୀ ହାୱାଡାରେ ଏକ ରୋଡ ଶୋ କରୁଥିବା ବେଳେ ହଠାତ୍ ଗୋଟେ ଷଣ୍ଢ ପସି ଆସିଥିଲା । ୧୦୦ ମିଟର ଦୂରରୁ ମମତାଙ୍କ ସୁରକ୍ଷା ପାଇଁ ନିୟୋଜିତ ସୁରକ୍ଷାକର୍ମୀ ଏବଂ ଟିଏମସି ସଦସ୍ୟଙ୍କ ଉଦ୍ୟମ ବଳରେ ଷଣ୍ଢକୁ କାବୁ କରି ନିଆ ଯାଇଥିଲା ।

ରିପୋର୍ଟ ମୁତାବକ ଷଣ୍ଢ ଶାନ୍ତ ମନରେ ରାସ୍ତା ପାର କରୁଥିବା ବେଳେ ହଠାତ୍ ଏତେ ଗୁଡିଏ ଲୋକ ଏବଂ ଶବ୍ଦ ଶୁଣି ଭୟଭୀତ ହୋଇ ପଡିଥିଲା । ଫଳରେ ସେ ଜୀବନ ବିକଳରେ ଦୌଡୁଥିଲା, ଯାହା ଫଳରେ ଏ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ବିଶେଷ କେହି ଆହତ ହୋଇ ନାହାନ୍ତି ।

Leave A Reply

Your email address will not be published.